ସଫଳତାର ବାଟ ବଢାଏ “ଚାଣକ୍ୟଙ୍କ ନୀତି’

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ସଫଳତା….ଆଜିକାଲି କିଏ ବା ନ ଚାହେଁ ସଫଳ ହେବାକୁ । ମଣିଷର ପ୍ରକୃତ ଲକ୍ଷ୍ୟ ହେଉଛି ସଫଳତା । ସମସ୍ତେ ଚାହାଁନ୍ତି ଜୀବନରେ ସଫଳ ହୋଇ ବଡ ମଣିଷ ହେବା । ସଫଳତା ପାଇବାକୁ ହେଲେ ମଣିଷକୁ ବହୁତ ସଂଘର୍ଷ ମଧ୍ୟ କରିବାକୁ ପଡେ । ସଫଳତା ହାସଲ ପାଇଁ ଚାଣକ୍ୟଙ୍କ ନୀତିଶାସ୍ତ୍ରକୁ ଆପଣାଇଲେ ଜୀବନର ଗତିପଥ ବଦଳି ଯାଏ । ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଜଣେ ମଣିଷ କିଭଳି ସଫଳତା ପାଇ ପାରିବ, ତାହା ଦର୍ଶାଇଛନ୍ତି । ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଦର୍ଶାଯାଇଛି ଯେ ସଫଳ ହେବା ପାଇଁ ଅର୍ଜ୍ଜୁନଙ୍କ ଶୈଳୀକୁ ଆପଣାଇବାକୁ ପଡିବ ।…..ଶ୍ରୀମଦଭାଗବତ ଗୀତା ଅନୁସରଣରେ ଚାଣକ୍ୟ କହିଛନ୍ତି ଯେ, ମଣିଷ ନିଜର ଜନ୍ମ ଅନୁସାରେ ନୁହେଁ, ବରଂ ନିଜ କର୍ମ ଅନୁସାରେ ସଫଳ ହୋଇଥାଏ । ସଫଳତା ପାଇବା ଲୋଭରେ ନିଜ କର୍ମକୁ ଭୁଳି ଯିବା ଉଚିତ ନୁହେଁ । ସେଥିପାଇଁ ତ ଜୀବନରେ କିଛି ଭଲ ବା ଶ୍ରେଷ୍ଠ କାର୍ଯ୍ୟ କରିବା ଜରୁରୀ ଯାହା ମଣିଷକୁ ମହାନ କରିଥାଏ । ତେବେ ଆସନ୍ତୁ ଜାଣିବା ସଫଳତା ପାଇବାର ମୂଳମନ୍ତ୍ର କଣ ।
୧. ଗୀତା ଅନୁସାରେ ସମୟ ଠାରୁ ବଳବାନ କିଛି ନାହିଁ, ତେଣୁ ଆମେ ସର୍ବଦା କର୍ମ କରିଚାଲିବା ଉଚିତ୍ । ସମୟକୁ ଅପେକ୍ଷା କରି ବସି ରହିବା ଉଚିତ୍ ନୁହେଁ । ସମୟ ଆସିଲେ ମଣିଷ ଉପଯୁକ୍ତ ଫଳ ପାଇବ ।
୨. କେବେ ବି କର୍ମ କରିବା ପୂର୍ବରୁ ଫଳର ଆଶା ରଖିବା ଉଚିତ ନୁହେଁ । ସବୁ ବେଳେ ଭଲ କର୍ମର ଫଳ ଭଲ ଓ ଖରାପ କର୍ମର ଫଳ ଖରାପ ପ୍ରାପ୍ତି ହୋଇଥାଏ । ତେଣୁ ଜୀବନରେ କଣ କର୍ମ କରୁଛ, ତାହା ସଦା ସର୍ବଦା ମନେ ରଖିବା ଉଚିତ୍ । ସର୍ବଦା ଫଳର ଅଭିଳାଷ ରଖିବା ଜରୁରୀ ନୁହେଁ ।
୩. ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କର୍ମ ବିନା ଜୀବନ ମୂଲ୍ୟହୀନ । କାହିଁକି ନା କର୍ମ ନ କରି ଫଳ ପାଇବାର ଆଶା ରଖିବା କେଉଁ ଅପରାଧ ଠାରୁ କମ ନୁହେଁ ।
୪. ଅପରାଧ, କ୍ରୋଧ, ଓ ଲାଳସା ଏହି ୩ଟି ନର୍କର ଦ୍ୱାର ଅଟେ । ତେଣୁ ଜୀବନରେ ଏହି ତିନୋଟି ମନ୍ଦଭ୍ୟାସରୁ ଦୂରେଇ ରହିବା ଉଚିତ । ଏହି ଅଭ୍ୟାସକୁ ତ୍ୟାଗ କଲେ ମଣିଷ ସଫଳତା ପାଇବା ସହ ଉତମ ବ୍ୟକ୍ତିତ୍ୱ ମଧ୍ୟ ଅର୍ଜନ କରିଥାନ୍ତି । ଏବଂ ଜୀବନରେ ଆଗେଇ ଚାଲନ୍ତି ।
୫. ଯେମିତି ଆମ ପୃଥିବୀରେ ଋତୁର ପରିବର୍ତନ ହୋଇଥାଏ, ସେମିତି ଜୀବନରେ ଦୁଃଖ କିମ୍ବା ସୁଖ ଚିରସ୍ଥାୟୀ ନୁହେଁ । ତେଣୁ ଦୁଃଖରେ ଭାଙ୍ଗି ପଡିବା କି ସୁଖରେ ଅତ୍ୟଧିକ ଖୁସି ହୋଇ ନିଜ କର୍ମକୁ ଭୁଲିବା ଉଚିତ ନୁହେଁ ।
୬. ଚାଣକ୍ୟଙ୍କ ସବୁଠାରୁ ବଡ କଥା ହେଉଛି, ଯେଉଁ ବ୍ୟକ୍ତି ସୁଖୀ ରହିବାର ଲୋଭ ତ୍ୟାଗ କରିଥାନ୍ତି । ସେ ହିଁ କେବଳ ଜୀବନରେ ଖୁସିରେ ରହିଥାଏ । ତେଣୁ ନିଜର ଖୁସି ପାଇଁ କେବେ ଅନ୍ୟକୁ ଦୁଃଖ ପହଂଚାଇବା ବା ଅନ୍ୟ ଆଖିରେ ଲୁହ ଦେବା ଉଚିତ ନୁହେଁ ।

Leave A Reply

Your email address will not be published.