ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ । ମହିଳା କମିସନର ୩ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ରୁଚିକା ଆତ୍ମହତ୍ୟା କରିଥିବା ହଷ୍ଟେଲ ରୁମ୍ ଦେଖିଛନ୍ତି । ହଷ୍ଟେଲ ୱାଡେନ ଓ କିଛି ଛାତ୍ରୀଙ୍କୁ ପଚରାଉଚୁରା କରିଥିବା ଜଣାପଡ଼ିଛି । ସେପଟେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ସଂଗଠନ । ଏହାର ସିବିଆଇ ତଦନ୍ତ ଦାବି କରିବା ସହ ମୃତ ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ନବନିର୍ମାଣ ଯୁବ ଛାତ୍ର ସଂଗଠନ ଧାରଣାରେ ସାମିଲ ହୋଇଛନ୍ତି ମୃତ ଛାତ୍ରୀଙ୍କ ବାପା ଓ ମାଆ ।

ଅନ୍ୟପଟେ ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା କ୍ୟାମ୍ପସ ପରିସରରୁ ରାଜ୍ୟ ସଂଗ୍ରାଳୟ ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତି ଯାଏ ରୁଚିକା ମହାନ୍ତି ଙ୍କ ପାଇଁ ମହମ ଶୋଭାଯାତ୍ରା ଆୟୋଜନ ହୋଇଥିଲା ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଓ ପ୍ରତିମୂର୍ତ୍ତିଠାରେ ରୁଚିକା ଅମର ଆତ୍ମାର ସତଗତି ପାଇଁ 2ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏଥିରେ ସାଇ ରଞ୍ଜନ,ପଲକ୍ ପଟ୍ଟନାୟକ, ଭାଗ୍ୟଶ୍ରି, ଶ୍ରୀତମ, ବାବ୍ଲୁ,ସତ୍ୟ ଅମନ୍ ସାହାଣୀ, ଚିନ୍ମୟ, ସାର୍ଥକ, ରିୟା,ଆଦିତ୍ୟ, ରାମ, ପାୟାଲ ସ୍ୱାଇଁ, ସରୋଜ୍,ଆଶିଷ,ରାଜେଶ ଇତ୍ୟାଦି ଯୋଗ ଦେଇଥିଲେ।

ରୂଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ପ୍ରାରମ୍ଭିକ ତଦନ୍ତ ଶେଷ କରି ଫେରିଲେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ମହିଳା କମିଶନଙ୍କ ସୂଚନା , ଏଭଳି ଘଟଣା ଦୁଃଖଦାୟକ। ପ୍ରାରମ୍ଭିକ ଭାବେ ଏ ଘଟଣା ସଂକ୍ରାନ୍ତୀୟ ଖବର ବୁଝିଲୁ । ଅନୁସନ୍ଧାନ ଜାରୀ ରହିବ । ତଦନ୍ତ ପ୍ରକ୍ରିୟା ମଧ୍ୟରେ ଘଟଣା ଥିବାରୁ , ଏ ନେଇ ସରକାରଙ୍କୁ ଅବଗତ କରାଯିବ।