ଆଜିଠୁ ଓଜେଇଇ,ରାଜ୍ୟରେ ୬୧ ଓ ରାଜ୍ୟ ବାହାରେ ୪ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌) : ଆଜିଠୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ରାଜ୍ୟରେ ୬୧ ଓ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି ପରୀକ୍ଷା । ଓଜେଇଇ ପାଇଁ ୫୮ ହଜାର ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର‌୍ୟ୍ୟନ୍ତ ହୋଇଥିବା ବେଳେ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ଦିନ ତିନୋଟି ଯାକ ସିଫ୍ଟରେ କେବଳ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି ପରୀକ୍ଷା ଅନୁଷ୍ଠିତ ହେବ ।

କରୋନା କଟକଣା ଅନୁପାଳନ ମଧ୍ୟରେ ଚଳିତ ବର୍ଷର ଓଜେଇଇ ଆରମ୍ଭ ହୋଇଛି । ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.