ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ମୃତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ପରୀକ୍ଷା ଦେଇ ଫେରିବା ସମୟରେ ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ମୃତ | ରାଇରଙ୍ଗପୁରର କାର୍ଯ୍ୟରତ କନଷ୍ଟେବଳ ଦାମୋଦର ନାଏକ(୩୯) ବାରିପଦାରୁ ପଦୋନ୍ନତି ପରୀକ୍ଷା ଦେଇ ବାଇକ୍ ଯୋଗେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଇରଙ୍ଗପୁର ଠାରୁ ୫କିମି ପଛରେ ରାଇରଙ୍ଗପୁର – ବିଶୋଇ ରାସ୍ତାରେ ଅସନବଣି ଛକ ପୋଲ ନିକଟରେ ରାସ୍ତା ପାର ହେଉଥିବା ଏକ ମହିଳା ଶ୍ରମିକ ସାଇକେଲ ଆରୋହୀକୁ ରକ୍ଷା କରିବାକୁ ଯାଇ ଦୁର୍ଘଟଣାର ଶୀକାର ହୋଇଥିଲେ |

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ପରେ ତାଙ୍କୁୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା | ତେବେ ଡାକ୍ତର ମୃତ ଘୋଷଣା କରିଥିଲେ ।ଘଟଣାଟି ରବିବାର ସନ୍ଧ୍ୟା ସମୟରେ ଘଟିଥିଲା ।ସେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଵାସଭବନ ଜଗିବା ଡିଉଟିରେ ଥିଲେ । ହାବିଲଦାର ପରୀକ୍ଷା ପାଇଁ ବହୁ ଆଶା ବାନ୍ଧି ଯାଇଥିଲେ । ପଦୋନ୍ନତି ହେଲେ ଦୁଇ ପଇସା ଦରମା ଅଧିକା ମିଳିବ । ଏଣେ ଘରକୁ ଗଲେ କାଳୀପୂଜାରେ ପରିବାର ସହିତ ହସଖୁସିରେ ଦିଓ୍ଵାଲି ମାନିବେ !ହେଲେ କିଏ ବା ଜାଣିଥିଲା ଅସନଵଣି ପୋଲ ନିକଟରେ ଯମ ଜଗିଛି ବୋଲି ।ସେ ୨୦୧୧ ରେ କନଷ୍ଟେବଳ ପଦବୀରେ ନିଯୁକ୍ତି ହୋଇଥିଲେ । ମୃତ୍ୟ କନେଷ୍ଟବଳ ଦାମୋଦରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ତେଣ୍ଟପୋଷି ଗ୍ରାମରେ ।

ଅନ୍ୟପଟେ ବାଇକ ଦୁର୍ଘଟଣାରେ ମହିଳା ଶ୍ରମିକ ସାଇକେଲ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖଵର ପାଇ ମୟୂରଭଂଜ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଥାନା ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହ ଅନ୍ୟାନ୍ୟ ବିଷୟରେ ବୁଝାବୁଝି କରିଥିଲେ ।

Leave A Reply

Your email address will not be published.