ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଓଡ଼ିଶା ଆସୁଛନ୍ତି ମହାମହିମ । ସେନେଇ ଜୋରଦାର ଚାଲିଛି ପ୍ରସ୍ତୁତ । ମହାମହିମଙ୍କ ଆସିବ ନେଇ ବନ୍ଦର ନଗରୀର ସଜେଇ ହେଲାଣି | ଆସନ୍ତା ୨୭ ତାରିଖରେ ପାରାଦୀପ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପାରାଦୀପ ବନ୍ଦର ସଜେଇ ହେବାରେ ଲାଗିଛି । କେଉଁଠି ରାସ୍ତା କାମ ଚାଲୁଛି ତ କେଉଁଠି ସଫେଇ କାର୍ଯ୍ୟକ୍ରମ ଚାଲୁଛି । ମହାମହିମ ରାଷ୍ଟ୍ରପତି ହେଲିପ୍ୟାଡରୁ ଓହ୍ଲାଇ ବସ୍ଷ୍ଟାଣ୍ଡ ରାସ୍ତା ଦେଇ ବୋଇତ ବନ୍ଦାଣ ଉତ୍ସବସ୍ଥଳୀକୁ ଯିବାର କାର୍ଯ୍ୟକ୍ରମ ରହିଥିବାରୁ ଆସନ୍ତା ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବସ୍ଷ୍ଟାଣ୍ଡରୁ ପାରାଦୀପ ବସ୍ ଚଳାଚଳ ବନ୍ଦ କରାଯାଇ ଶ୍ରମିକ ଭବନ ଛକ ନିକଟସ୍ଥ ନୂତନ ରାସ୍ତା ନିକଟରେ ଚଳାଚଳ କରିବ ବୋଲି ପାରାଦୀପ ବସ୍ ମାଲିକ ସଂଘର ସଭାପତି ପ୍ରକାଶ କରିଛନ୍ତି ।
କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଆଇଆରଏସଏମଇ) ସୁଶୀଲ କୁମାର ସିଂଙ୍କୁ ଲେଖିଥିବା ପତ୍ରରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ସାମପଡା ମେହେଟ୍ଟା ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ଅନ୍ତରଙ୍ଗ ସୂଚନା ଦେଇଛନ୍ତି। ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ଦ୍ଵାରା 27 ନଭେମ୍ବର 2023 ରେ ପାରାଦୀପ, ଓଡିଶାର 1000-1230 ଘଣ୍ଟା ମଧ୍ୟରେ ଆୟୋଜିତ ହୋଇଥିବା ବୋଇଟା ବାଦନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଆନନ୍ଦିତ ହେବେ ବୋଲି ଚିଠିରେ ଦର୍ଶାଯାଇଛି।