ପୁରୀରେ ପୁଣି ତାଲିବନୀ ବର୍ବରତା: ୧୯ ବର୍ଷର ଦିବ୍ୟଙ୍ଗ ଯୁବକଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କଲେ ଯୁବକ, ଭାଇରାଲ ହେଲା ଭିଡ଼ିଓ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁରୀ ବାଲିଗୁଆଳି ଅଞ୍ଚଳରେ ଅଭାବନୀୟ ଚିତ୍ର ।ଜଣେ ୧୯ ବର୍ଷ ବୟସର ଦିବ୍ୟଙ୍ଗ ଯୁବକଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କଲେ ପାଖ ଗାଁ ର ଯୁବକ। ସିସିଟିଭି ଫୁଟେଜରେ କାୟଦ ହୋଇଛି ଏଭଳି ଏକ ଅମାନବୀୟ କାଣ୍ଡର ଦୃଶ୍ୟ ।ଯୁବକଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଜୀବନ ରକ୍ଷା କରି ପଳାଉଥିବା ବେଳେ ଗୋଡେଇ ଗୋଡେଇ ମାଡ଼ ମାରିଛି ଯୁବକ।ତା ଉପରକୁ ଗୋଟା ଇଟା ଫୋପାଡିବା ସହ କିଛି ଦୂରକୁ ଯାଇ ପୁଣି ମାଡ଼ ମାରି ମୁଣ୍ଡ ଫଟେଇଦେଇଛି ସମ୍ପୃକ୍ତ ଯୁବକ ।ଏଥିସହିତ ତାର ସାଇକେଲକୁ ମଧ୍ୟ ଉପରକୁ ଫୋପାଡିଛି ଅଭିଯୁକ୍ତ ଯୁବକ ।
ଏମିତିକି ମାଡ଼ ଖାଇଥିବା ଦିବ୍ୟାଙ୍ଗ ଜଣଙ୍କ ବାଳିଗୁଆଳିର ହୋଇଥିବା ବେଳେ ମାଡ଼ ମାରିଥିବା ଯୁବକ ଜଣକ ସେହି ଏକା ଗାଁର ପାଖ ସାହିର ବୋଲି ଜଣାପଡିଛି ।ଦିବ୍ୟଙ୍ଗ ଜଣକ ପିଲାଟି ଦିନରୁ କହି ଶୁଣିପାରୁନଥିବା ବେଳେ ତା ସହିତ ଇଙ୍ଗିତରେ ଲାଗୁଥିଲେ ପାଖ ଗାଁର ଯୁବକ ।ଶେଷରେ ଚିଡିଚିଡି ହୋଇ ଦିବ୍ୟଙ୍ଗ ଜଣକ ସମ୍ପୃକ୍ତ ଯୁବକର ଗାଡ଼ିରେ ନିଜ ସାଇକେଲ ମାଡ଼ କରିଦେବାରୁ ଯୁବକ ଜଣକର ରାଗ ମୁଣ୍ଡକୁ ଚଢି଼ଯାଇଥିଲା ।ଶେଷରେ ରାଗରେ ତାକୁ ଲହୁଲୁହଣ କରଛି ସମ୍ପୃକ୍ତ ଯୁବକ । ଏ ନେଇ ପେଣ୍ଠକଟା ମାରାଇନ୍ ଥାନାରେ ଅଭିଯୋଗ ହୋଇଛି।