ବୌଦ୍ଧରେ ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବୌଦ୍ଧ ବାଉଁସୁଣି ପୋଲିସ୍ ଦ୍ଵାରା ବିପୁଳ ପରିମାଣ ର ବିସ୍ଫୋରକ ବୋଝେଇ ଟ୍ରକ ଜବତ । ଡ୍ରାଇଭର ରାଜେଶ୍ ପ୍ରଧାନ ଅଟକ । ବେଆଇନ ଭାବେ ରାମଚଣ୍ଡୀ କ୍ରସର କୁ ବିସ୍ଫୋରକ ଯାଉଥିବା ସମୟରେ ସିଆଲିମୁଣ୍ଡା ଛକ ରୁ ଜବତ କଲା ପୋଲିସ । କ୍ରସର ମାଲିକ ଙ୍କ ନାମରେ ମାମଲ୍ ରୁଜୁ । ସୂଚନା ଅନୁଯାୟୀ ବାଉଁସୁଣି ଥାନା ଅନ୍ତର୍ଗତ ଗୋଛପଡା ସ୍ଥିତ ରାମଚଣ୍ଡୀ କ୍ରସର କୁ ସିଆଲିମୁଣ୍ଡା ଛକ ଦେଇ ଏକ ବିସ୍ଫୋରକ ବୋଝେଇ ଟ୍ରକ ଯାଉଥିବା ବେଳେ ଗ୍ରାମବାସୀ ଟ୍ରକ ଟିକୁ ଅଟକ ରଖି ଏ ଅନେଇ ବାଉଁସୁଣି ପୋଲିସ୍ କୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ବାଉଁସୁଣି ପୋଲିସ୍ ପହଞ୍ଚି ବିସ୍ଫୋରକ ବୋଝେଇ ଟ୍ରକ ଜବତ କରିବା ସହ ଗାଡି ଡ୍ରାଇଭର ରାଜେଶ୍ ପ୍ରଧାନ କୁ ଥାନା ରେ ଅଟକ ରଖିଛି। ତେବେ ଟ୍ରକ ରେ କେତେ ମାତ୍ରାରେ ବିସ୍ଫୋରକ ଅଛି ସେ ନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏହି ମାମଲା ରେ କ୍ରଶର ମାଲିକ ଶ୍ରୀନିବାସ ମିଶ୍ର ଙ୍କ ନାମରେ ମାମଲ ରୁଜୁ କରିଛି ପୋଲିସ୍ ।

କ୍ରସର ମାଲିକ ଫେରାର ଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ୍ ତାଙ୍କୁ ଗିରଫ କରିପାରିନାହିଁ । ପୋଲିସ ମାଲିକ ଙ୍କ ଭାଇ ଙ୍କୁ ଏବଂ ତାଙ୍କ ଜଣେ ସହିଯୋଗି ଙ୍କୁ ଆଣି ପଚରାଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି । ତେବେ ଏ ସଂକ୍ରାନ୍ତ ରେ ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ନେଇ ସନ୍ଦେହ ଘେରରେ ବାଉଁସୁଣି ପୋଲିସ୍ ।

Leave A Reply

Your email address will not be published.