ଢେଙ୍କାନାଳ:ମଠକରଗୋଳା ଆରଡି ରାସ୍ତା ଜଡାତଳି ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ କଲେ ହତ୍ୟା ଅଭିଯୋଗ 

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗତକାଲୀ ବିଳମ୍ବିତ ରାତିରେ ଜିରାଳ ମଠକରଗୋଳା ଆରଡି ରାସ୍ତା ଜଡାତଳି ବାଙ୍କ କଲଭର୍ଟ (ବ୍ରିଜ ) ନିକଟରେ ଜଣେ ଯୁବକଙ୍କ ମୃତ ଦେହ ପଡିବା ସହିତ ପାଖରେ ଗୋଟିଏ ବାଇକ ମଧ୍ୟଥିଲା । ମୃତକ ଜଣକ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ସଞ୍ଜୟ ନାୟକଙ୍କ ପୁଅ ସତ୍ୟବ୍ରତ ନାୟକ (୩୦ ବର୍ଷ ) ବୋଲି ଜଣାପଡିଛି । ବାଇକ ସହିତ ରାସ୍ତା ତଳକୁ ସତ୍ୟବ୍ରତ ମୃତ ଅବସ୍ଥାରେ ପଡି ରହିଥିବା ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ପରିବାର ଲୋକେ ପହଂଚି କାମାକ୍ଷାନଗର ଥାନା ପୋଲିସ କୁ ଖବର ଦେବା ସହିତ ମେଡ଼ିକାଲ କୁ ଆଣିଥିଲେ । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କେହି ହତ୍ୟା କରିଥାଇ ପାରେ । ତାଙ୍କ ପୁଅ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ଆଉ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିବା ବେଳେ ତାହାକୁ ନେଇ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।ଏହା ଉପରେ କାମାକ୍ଷାନଗର ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଛି ।

 

 

Leave A Reply

Your email address will not be published.