କୂଅକୁ ଡିଆଁ ମାରି ଯୁବକଙ୍କ ଆତ୍ମହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ଦେବେନ୍ଦ୍ରପୁର ଅଞ୍ଚଳରେ ଜଣେ ଯୁବକ କୂଅକୁ ଡିଆଁ ମାରି ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ଦେବେନ୍ଦ୍ରପୁର ଅଞ୍ଚଳର ଆଦିତ୍ୟ ବେରା (୧୯)। ସୂଚନା ଅନୁଯାୟୀ, ଆଦିତ୍ୟ ଶନିବାର ବିଳମ୍ବିତ ରାତିରେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ତେବେ କୋଣସି କାରଣ ପାଇଁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ପାଇଁ ଘର କୂଅକୁ ଡିଆଁ ମାରିଥିଲେ। ତେବେ ହଠାତ କୂଅରେ ଜୋରରେ ପାଣି ଶବ୍ଦ ଶୁଣିପାରି ଆଦିତ୍ୟଙ୍କ ମାଆ କୂଅ ନିକଟକୁ ଯାଇ ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ଶେଷରେ ତାଙ୍କ ମା ଉଦ୍ଧାର ନିମନ୍ତେ କୂଅ ମଧ୍ୟକୁ ଡିଆଁ ମାରିଥିଲେ। ପୁଅକୁ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରିବା ସହ ପିଆରଏମ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି।

Leave A Reply

Your email address will not be published.