ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା/କୁଳିଅଣା- କାକା ଓ ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ନାବାଳିକା ଝିଆରୀକୁ ବୁଲାଇ ନେବା ବାହାନାରେ ନେଇ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ସମ୍ପର୍କୀୟ କାକା ହତ୍ୟା କରିଛି। ଏହି ଭଳି ଏକ ନିନ୍ଦନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ଜୈନିକ ଗ୍ରାମରେ ଘଟିଯାଇଛି। ଅଭିଯୋଗ ଅନୁଯାୟୀ, ୭ବର୍ଷର ଜୈନିକା ନାବାଳିକା ଜଣକ ତାଙ୍କ ପରିବାର ସଦସ୍ୟ ମାନଙ୍କ ସମେତ ମାନଙ୍କ ସମେତ ଗତ ମଇ ୩୦ ତାରିଖରେ କୁଳିଅଣା ଥାନା ଅନ୍ତର୍ଗତ ସମ୍ପର୍କୀୟ କାକା ଘର ଗ୍ରାମକୁ ଆସିଥିଲେ।
ତେବେ ମଇ ୧ତାରିଖ ଅପରାନ୍ହ ୩ଟା ସମୟରେ ନାବାଳିକା ଜଣକ ନିଜର କାକାଙ୍କ ସମେତ ବୁଲିବା ପାଇଁ ଯାଇଥିଲେ। ଗାଁ ନିକଟସ୍ଥ ନଦୀ କୂଳରେ ସମ୍ପର୍କୀୟ କାକା ରାମେଶ୍ବର ଦେହୁରୀ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏଥିପରେ ତଣ୍ଟି ଚିପି ନାବାଳିକାକୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ନାବାଳିକାର ମୃତଦେହକୁ ଫିଙ୍ଗି ଦେଇଥିଲା। ତେବେ ଝିଅ ବହୁ ସମୟ ଧରି ଘରକୁ ନଆସିବାରୁ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଅନେକ ଖୋଜାଖୋଜି କରିବା ପରେ ମୃତଦେହ ପାଇଥିଲେ। ଜଙ୍ଗଲ ମଧ୍ୟରେ ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବାରୁ ସମ୍ପର୍କୀୟ କାକା ରାମେଶ୍ୱର ଦେହୁରୀ ସହିତ ନାବାଳିକା ଜଣକ ଥିବା ନେଇ ସୂଚନା ମିଳିଥିଲା।
ଏନେଇ ଅଭିଯୁକ୍ତ ରାମେଶ୍ବର ଦେହୁରୀ ପଚାରିବାରୁ ସେ ଘଟଣା ବାବଦରେ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ୱୀକାର କରିଥିଲା। ତେବେ ଏନେଇ ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ କୁଳିଅଣା ଥାନାରେ କେଶ ନମ୍ବର ୧୦୦/୨୪ରେ ପୋକ୍ଶ ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ଏଥି ସହିତ କାକା ରାମେଶ୍ବର ଦେହୁରୀକୁ ଗିରଫ କରିବା ସହ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି।