ବିଜେପି କର୍ମୀଙ୍କ ଗଣ୍ଡଗୋଳ ନେଇ ଅଭିଯୋଗ କଲେ ବିଜେଡି ଏଜେଣ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୁଥରେ ଭୋଟର ଙ୍କୁ ପ୍ରଭାବିତ କରିବାକୁ ବିଜେପି କର୍ମୀଙ୍କ ଗଣ୍ଡଗୋଳ ନେଇ ଅଭିଯୋଗ କଲେ ବିଜେଡି ଏଜେଣ୍ଟ | ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ କରିଲୋ ପାଟଣା ପଞ୍ଚାୟତ ନାରଣ ପୁର 155 ନମ୍ବର ବୁଥ ରେ ବିଜେପି କର୍ମୀ ଙ୍କ ଦବଙ୍ଗ ଗିରି ଅଭିଯୋଗ |

ବାରମ୍ବାର ବୁଥ ରେ ପଶି ବୁଥରେ ଥିବା ବିଜେଡି ଏଜେଣ୍ଟଙ୍କୁ ଧମକ ଚମକ ଦେବା ସହ ଭୋଟର ଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ | ବୁଥ ପରିସର ରେ ବାଇକ ପସଇ ଅଯଥା ଶବ୍ଦ ପ୍ରଦୂଷଣ କଲେ |

ସେଥିପାଇଁ କିଛି ସମୟ ଭୋଟ ଦାନ ରେ ବାଧା ସୃଷ୍ଟି ହୋଇଥିଲା| ବୁଥ କ୍ୟାପଚରିଙ୍ଗ କରିବାକୁ ବିଜେପି କର୍ମି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି | ବୁଥ ରେ ସିସି ଟିଭି କ୍ୟାମେରା ନଥିବା ରୁ ତାହାର ଫାଇଦା ନେଇଛନ୍ତି ବିଜେପି କର୍ମୀ | ତେବେ ଅଶାନ୍ତ 155 ନମ୍ବର ବୁଥ ରେ ଇଲେକ୍ସନ କମିଶନର ଙ୍କ ଅଫିସର ପହଂଚି ତଦନ୍ତ କରିଛନ୍ତି |

Leave A Reply

Your email address will not be published.