ଓଡ଼ିଆ ନ୍ୟୁଜ୍: ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର ମିଶ୍ରାଙ୍କ ଗର୍ବ ଭାଙ୍ଗିଛି। ଜନସାଧାରଣଙ୍କର ଦ୍ବାରା ସମାଲୋଚନା ହେଲା ପରେ ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ନୁଆଁଇଛନ୍ତି। ବିଶ୍ବନିୟନ୍ତା ପୁରୀ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ସାମାଜିକ ଗଣମାଧ୍ୟମ ‘ୟୁଟ୍ୟୁବ୍’ରେ ସେ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ମୋର ଏହା ନିଜ କଳ୍ପନା ନୁହେଁ ମୁଁ ଏକଥା ଶୁଣିଛି। ଜଗନ୍ନାଥ ଜୀ ମୋ ଆରାଧ୍ୟ, ଓଡ଼ିଶା ମୋ ଅତି ପ୍ରିୟ, ଆଉ ପୁରୀବାସୀ ମୋର ଆପଣାର।
ସୂଚନାଯୋଗ୍ୟ, ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର ମିଶ୍ରା କିଛି ଦିନ ପୂର୍ବରୁ ମହାପ୍ରଭୁଙ୍କୁ ନେଇ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଗଲେ, ସେମାନଙ୍କର ସଂପର୍କ ସଫଳ ହେବ ନାହିଁ। ବିବାଦୀୟ ମନ୍ତବ୍ୟ ପରେ ଶୁଭଙ୍କର ମିଶ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା।
ଶ୍ରୀମନ୍ଦିରରେ ପ୍ରେମୀଯୁଗଳଙ୍କ ପ୍ରବେଶ ଉପରେ ସେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଥିବା ବେଳେ ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ଏଥିପାଇଁ ତୁରନ୍ତ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବା ସହ ଶୁଭଙ୍କରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗୌରହରି।