ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିକାଲି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ୟୁଟ୍ୟୁବ୍ ଏକ ପ୍ରକାର ନିଶା ପାଲଟିଛି । ଆମେ ସମସ୍ତେ ଦିନକୁ ଅନେକ ଥର ୟୁଟ୍ୟୁବରେ ଅନେକ ଜିନିଷ ଖୋଜୁ ଏବଂ ଦେଖୁ । ସେ ନାଚଗୀତ ଠୁ ଆରମ୍ଭ କରି ମଜାଳିଆ ଭିଡିଓ, ଡକ୍ୟୁମେଣ୍ଟାରୀ, ଚଳଚ୍ଚିତ୍ର ଭଳି ୟୁଟ୍ୟୁବରେ ଲକ୍ଷ ଲକ୍ଷ ଭିଡିଓ ଅଛି । ହେଲେ ସେଥିମଧ୍ୟରୁ ୟୁଟ୍ୟୁବର ପ୍ରଥମ ଭିଡିଓଟି କେଉଁଟି ଏବଂ ପ୍ରଥମ ଭିଡିଓ କେବେ ଅପଲୋକଡ୍ କରାଯାଇଥିଲା ଆପଣ ଜାଣିଛନ୍ତି କି ?

ସୂଚନାନୁସାରେ ୟୁଟ୍ୟୁବର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ୱେବସାଇଟରେ ଅପଲୋଡ୍ ହୋଇଥିବା ପ୍ରଥମ ଭିଡିଓ ସେୟାର କରିଛି । ଭିଡିଓର କ୍ୟାପସନରେ କୁହାଯାଇଛି, “ଯଦି ତୁମେ ଏହା ବିଷୟରେ ଚିନ୍ତା କର, ଏହା ଏକ ସର୍ଟ ଭିଡିଓ ଫେଷ୍ଟରୁ ଆରମ୍ଭ ହୋଇଥିଲା । ୨୦୦୫ ଫେବୃଆରୀ ୧୪ରେ ୟୁଟ୍ୟୁବ ଲଞ୍ଚ ହେବାର ଦୁଇ ମାସ ପରେ ଭିଡିଓଟି ପ୍ରଥମ ଥର ପାଇଁ ୨୩ ଏପ୍ରିଲ ୨୦୦୫ ରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା ।
ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ପ୍ରଥମ ଭିଡିଓର ଟାଇଟଲ୍ ଥିଲା ‘ଗର ବଗ୍ଧ ଗ୍ଧଷର ତକ୍ଟକ୍ଟ’ । ଏହି ଭିଡିଓଟି ୨୩ ଏପ୍ରିଲ ୨୦୦୫ ରେ ୟୁଟ୍ୟୁବର ସହ-ପ୍ରତିଷ୍ଠାତା ଜାଭେଦ କରିମଙ୍କ ଦ୍ୱାରା ଅପଲୋଡ୍ ହୋଇଥିଲା । ଏହି ଭିଡିଓଟି ମାତ୍ର ୧୮ ସେକେଣ୍ଡ ଲମ୍ବା ଥିଲା । ଏହି ଭିଡିଓକୁ ଜାଭେଦଙ୍କ ଜଣେ ବନ୍ଧୁ ୟାକୋଭ ଲାପିଟସ୍କି ରେକର୍ଡ କରିଥିଲେ । କରିମ୍ ସାନ ଡିଏଗୋ ପ୍ରାଣୀ ଉଦ୍ୟାନରେ ଏକ ହାତୀମାନଙ୍କ ସମ୍ମୁଖରେ ଠିଆ ହୋଇ ଏହି ଭିଡିଓଟି ବନାଇଥିଲେ । ଏହା ଏପର୍ୟ୍ୟନ୍ତ ୯୦ ମିଲିୟନରୁ ଅଧିକ ଭ୍ୟୁ ପାଇଛି ଏହି ଭିଡିଓ । ଆଜି ସୁଦ୍ଧା କରିମଙ୍କ ଚ୍ୟାନେଲରେ ଏହା ହେଉଛି ଏକମାତ୍ର ଭିଡିଓ। ବର୍ତ୍ତମାନ, ୟୁଟ୍ୟୁବ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ କ୍ୟାପସନ୍ ସହିତ ସେହ ଭିଡିଓଟି ସେୟାର କରିଛି ।
ଭିଡିଓ “‘ଗର ବଗ୍ଧ ଗ୍ଧଷର ତକ୍ଟକ୍ଟ’ ଅପଲୋଡ୍ ହେବାର ଗୋଟିଏ ବର୍ଷ ପରେ କରିମ ଏବଂ ତାଙ୍କ ସାଥୀମାନେ ୟୁଟ୍ୟୁବକୁ ଗୁଗୁଲକୁ ୧.୬୫ ବିଲିୟନ ଡଲାରରେ ବିକ୍ରି କରିଥିଲେ। ବର୍ତ୍ତମାନ, ୟୁଟ୍ୟୁବ୍ ଅନୁଯାୟୀ, ଏହି ପ୍ଲାଟଫର୍ମରେ ପ୍ରତି ମାସରେ ୨ ବିଲିୟନରୁ ଅଧିକ ଲୋକ ଲଗ୍ ଇନ୍ କରନ୍ତି ।