ବିଜେପି ରାବଣ, ରାହୁଲ ରାମ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ବିଜେପି ରାବଣ, ରାହୁଲ ରାମ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ସମନ ସମନ ହେବାପରେ ଏଇତି କହିଛନ୍ତି ଜଣେ କଂଗ୍ରେସ କର୍ମୀ। ରାହୁଲ ଗାନ୍ଧିଙ୍କ ସମର୍ଥନରେ ଦିଲ୍ଲୀ ଆସିଥିବା କଂଗ୍ରେସ କର୍ମୀ ଜଣକ ହନୁମାନ ବେଶରେ ସଜ୍ଜିତ ହୋଇଛନ୍ତି। ଆଉ କହିଛନ୍ତି ଶାସକ ବିଜେପି ସରକାର ରାବଶ ଭୂମିକା ନିଭାଉଛି। ଆମେ ସେମାନଙ୍କୁ କହିଦେବାକୁ ଚାହୁଁୱଛୁ ଯେ, ରାହୁଲ ଗାନ୍ଧି ଆମର ରାମ। ଆମେ ହେଉଛୁ ତାଙ୍କର ଭକ୍ତ।

ସୂଚନା ଯୋଗ୍ୟ, ନ୍ୟାଶନାଲ ହେରାଲଡ୍ ମାମଲାରେ ପୂର୍ବରୁ ଜୁନ ୨ ତାରିଖରେ ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଥିଲା। କିନ୍ତୁ ରାହୁଲ ଗାନ୍ଧି ଦେଶ ବାହାରେ ଥିବାରୁ ହାଜର ହୋଇପାରି ନଥିଲେ। ତେଣୁ ପୁନର୍ବାର ଜୁନ ୧୩ରେ ଇଡି ଅଫିସରେ ପହଞ୍ଚିବାକୁ ନୋଟିସ ଜାରି କରାଯାଇଥିଲା। ଆଜି ସମର୍ଥକଙ୍କ ଗହଣରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ରାହୁଲ ଗାନ୍ଧି ଇଡି ଅଫିସରେ ପହଞ୍ଚିଛନ୍ତି । ନ୍ୟାସନାଲ ହେରାଲଡ୍ ମାମଲାରେ ସେ ଜେରାର ସମ୍ମୁଖୀନ ହେବେ। ତେବେ ରାହୁଲ ଗାନ୍ଧିଙ୍କୁ ଇଡିର ସମନ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ରାଜଧାନୀର ଦିଲ୍ଲୀର ବିଭିନ୍ନ ସ୍ଥାନରେ କଂଗ୍ରେସ ବିକ୍ଷୋଭ କରିଛି। ଇଡି ଅଫିସରୁ ରାହୁଲ ଗାନ୍ଧି ନବାହାରିବା ପର‌୍ୟ୍ୟନ୍ତ ଆମେ ଇଡି ଅଫିସ ସମ୍ମୁଖରେ ଆନ୍ଦୋଳନ ଜାରି ରଖିବୁ ବୋଲି କଂଗ୍ରେସ କର୍ମୀ ଜଣକ କହିଛନ୍ତି।

Leave A Reply

Your email address will not be published.