ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

0

ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମଧ୍ୟମ ଜରିଆରେ କହିଛନ୍ତି ଯେ ଯଦି କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ କୌଣସି ଡାକ୍ତର୍ କିମ୍ବା ସ୍ୱାସ୍ଥ୍ୟ କର୍ମଚାରୀ ଙ୍କର ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କରାଯିବ l ତା ସହିତ ଅବସର ପର୍ଯ୍ୟନ୍ତ ଦରମା ଏବଂ ପେନସନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି l ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଡାକ୍ତର୍ କିମ୍ବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପ୍ରତି ଦୁର୍ବ୍ୟବହାର ପଦର୍ଶନ କଲେ ରାଜ୍ୟ ସରକାର ଙ୍କ ତରଫରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ l କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର୍ କିମ୍ବା ସ୍ୱାସ୍ଥ୍ୟ କର୍ମୀ ଙ୍କର ମୃତ୍ୟୁ ଘଟେ ତେବେ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପର୍ଣ ହେବା ସହ ଜାତୀୟ ଦିବସରେ ସେମାନଙ୍କୁ ସମ୍ମାନ ପ୍ରଦାନ କରାଯିବ l

Leave A Reply

Your email address will not be published.