କରୋନା ଠାରୁ ମୁକ୍ତି ପାଇ କର୍କଟରେ ଚାଲିଗଲା ଜୀବନ

0

ପଶ୍ଚିମବଙ୍ଗ ରୁ ଆସି ଓଡ଼ିଶାରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତ କରୋନା ଠାରୁ ମୁକ୍ତି ପାଇ ମଧ୍ୟ କ୍ୟାନସର୍ ରେ ମୃତ୍ୟୁ ବରଣ କରିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହୋଇଥିଲା l ସେ ଓଡ଼ିଶା ର 44 ନମ୍ଵର କରୋନା ରୋଗୀ ଥିଲେ l ଗତ ଏପ୍ରିଲ 7 ତାରିଖରେ ପଶ୍ଚିମବଙ୍ଗ ର ମେଦିନାପୁରରୁ ଆସି 8 ତାରିଖରେ ଆପୋଲୋ ହସ୍ପିଟାଲ ରେ ଭର୍ତି ହୋଇଥିଲେ l ଏବଂ 9 ତାରିଖରେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା l ପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ତାଙ୍କର କିଛି ଦିନ ସେଠାରେ ଚିକିତ୍ସା କରାଯିବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା l କ୍ରମାଗତ ଭାବରେ ଦୁଇଥର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍ ବୋଲି ସ୍ପଷ୍ଟ ହୋଇଥିଲେ l ମାତ୍ର ତାଙ୍କର କର୍କଟ ରୋଗ ସହ ଅନ୍ୟlନ ସ୍ୱାସ୍ଥ୍ୟ ଗତ କାରଣରୁ ତାଙ୍କୁ ଡିସଚାର୍ଜ କରାଯାଇନଥିଲା l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚିତ କରାଯାଇଛି ଯେ ମଲ୍ଟି ଆର୍ଗନ୍ ଫେଲ ଏବଂ ହାଇପପି ଟୁୟରିଜମ ଯୋଗୁଁ ତାଙ୍କର ଆଜି ମୃତ୍ୟୁ ଘଟିଛି l ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କ କରୋନା ପାଇଁ ନୂହେଁ ବରଂ କ୍ୟାନସରରେ ମୃତ୍ୟୁ ଘଟିଛି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.