ରାଜ୍ୟରେ ଆଉ 3 କରୋନା ପଜେଟିଭ

0

ରାଜ୍ୟରେ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ରାଜ୍ୟ ରେ ଆଉ 3 କରୋନା ପଜେଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା 79 ରୁ 82 କୁ ବୃଦ୍ଧି ଘଟିଛି l ଏହି 3 ଜଣ ଭଦ୍ରକ ଜିଲ୍ଲା ର ବୋଲି ଜଣାପଡିଛି l ତେବେ ଉକ୍ତ ତିନି ଜଣ ଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ 11 କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ 11 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଫଳରେ ରାଜ୍ୟରେ ଭଦ୍ରକ ଜିଲ୍ଲା ଦ୍ଵିତୀୟ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ହୋଇଛି l ବର୍ତ୍ତମାନ ରାଜ୍ୟରେ 13 ହଜାର 775 ଟି କରୋନା ଟେଷ୍ଟ ହୋଇଛି l ଏବଂ 4 ହଜାର 975 ଟି ଆଣ୍ଟିବଡି ଟେଷ୍ଟ କରାଯାଇଛି l ରାଜ୍ୟରେ ଭଦ୍ରକ ର ଏହି 3 କରୋନା ପଜେଟିଭ ଙ୍କୁ ମିଶାଇ 82 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି l ରାଜ୍ୟରେ 51 ଜଣ ସକ୍ରୀୟ ସଂକ୍ରମିତ ଥିବା ବେଳେ 30 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.