ଭାରତରେ ଚିନ୍ତା ବଢାଇଲାଣି କରୋନା ଭାଇରସ୍

0

ଭାରତରେ ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା ଭାଇରସ୍ I ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଦେଶରେ 19984 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି 640 ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ 3879 ଜଣ ସୁସ୍ଥ ହୋଇଛନ୍ତି l ସେପଟେ ମହାରାଷ୍ଟ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 5218 ରେ ପହଁଚି ଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି ରାଜସ୍ଥାନ ରେ 1659, ଉତ୍ତରପ୍ରଦେଶ ରେ 1294, ତାମିଲନାଡ଼ୁରେ 1596, ମଧ୍ୟ ପ୍ରଦେଶରେ 1552, ଗୁଜୁରାଟରେ 2178,ଦିଲ୍ଲୀରେ 2156,ତେଲେଙ୍ଗାନା ରେ 982 ଜଣ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ ମୃତ୍ୟୁ ଘଟିଛି l ମହାରାଷ୍ଟ୍ର ରାଜ୍ୟରେ 251 ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ମଧ୍ୟ ପ୍ରଦେଶରେ 76,ରାଜସ୍ଥାନ ରେ 25, ତେଲେଙ୍ଗାନା ରେ 23, ଉତ୍ତରପ୍ରଦେଶ ରେ 20, ପଶ୍ଚିମ ବଙ୍ଗ ରେ 15, ତାମିଲନାଡ଼ୁରେ 18, ଗୁଜୁରାଟ ରେ 90, ଦିଲ୍ଲୀରେ 47 ଏବଂ ଆନ୍ଧ୍ର ପ୍ରଦେଶ ରେ 22 ଜଣ ମୃତ୍ୟୁ ବରଣ କରିଛନ୍ତି l ସେହିପରି ସୁସ୍ଥ ବ୍ୟକ୍ତି ମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ 722 ଜଣ ସୁସ୍ଥ ହୋଇଥିବା ବେଳେ ତାମିଲନାଡୁ ରେ 635, ତେଲେଙ୍ଗାନା ରେ 194, ଉତ୍ତରପ୍ରଦେଶ ରେ 140, ମଧ୍ୟ ପ୍ରଦେଶ ରେ 148, କର୍ଣାଟକ ରେ 129, କେରଳରେ 307, ଗୁଜୁରାଟ ରେ 139, ଦିଲ୍ଲୀରେ 611 ଏବଂ ଆନ୍ଧ୍ର ପ୍ରଦେଶ ରେ 96 ଜଣ ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.