କରୋନାର ସାଂଘାତିକ ଚିତ୍ର : ନ୍ୟୁୟର୍କରେ ଦୁଇଟି ବିରାଡ଼ି କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ

0

ଆମେରିକାର ନୁ୍ୟର୍କ ସହରରେ କରୋନାର ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି l ନ୍ୟୁୟର୍କ ରେ ଦୁଇଟି ବିରାଡ଼ି କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି l ଆମେରିକାରେ ଗୃହପାଳିତ ପଶୁ ମାନଙ୍କ ଠାରେ ଏହି ଭୁତାଣୁ ଚିହ୍ନଟ ହେବା ଏହା ପ୍ରଥମ l ଏହି ଦୁଇ ବିରାଡ଼ି ନ୍ୟୁୟର୍କର ପୃଥକ ପୃଥକ ଜାଗାରେ ରହୁଥିଲେ l ପ୍ରଥମ ବିରାଡ଼ିଟି ରହୁଥିବା ପରିବାରରେ କେହି ଆକ୍ରାନ୍ତ ହୋଇନଥିବା ବେଳେ ଦ୍ଵିତୀୟ ବିରାଡ଼ି ରହିଥିବା ପରିବାରରେ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି l ଆମେରିକାର କୃଷି ବିଭାଗ ଏବଂ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର କହିଛନ୍ତି ଯେ ଦୁଇ ବିରାଡ଼ି ଙ୍କ ଠାରେ ଶ୍ୱାସ ପ୍ରଶ୍ୱାସ ଜନିତ ଅସୁସ୍ଥତା ଦେଖା ଦେଇଥିଲା l ଦୁଇ ବିରାଡ଼ି ଯାଥା ଶୀଘ୍ର ସୁସ୍ଥ ହୋଇଯିବ ବୋଲି କହିଛନ୍ତି l ସେପଟେ ସିଡିସି ଅଧିକାରୀ ଡାକ୍ତର କେସି ବାର୍ତନ ବେରାବେସ୍ କହିଛନ୍ତି ଯେ ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ l ଗୃହପାଳିତ ପଶୁ ପକ୍ଷୀ ମାନେ ମାନବ ଶରୀରରେ ସଂକ୍ରମଣ କରୁଥିବାର କୌଣସି ଠୋସ୍ ପ୍ରମାଣ ନାହିଁ l

Leave A Reply

Your email address will not be published.