ଦିଲ୍ଲୀ ରେ ସିଏଏ ହିଂସା ମୃତ୍ୟୁ ସଂଖ୍ୟା 13 କୁ ବୃଦ୍ଧି, 200 ଆହତ

0

୨୬/୦୨/୨୦୨୦: (ଓଡ଼ିଆନ୍ୟୁଜ ବ୍ୟୁରୋ): ଦିଲ୍ଲୀରେ ସିଏଏକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ଦୀର୍ଘଦିନ ଧରି ଲାଗିରହିଥିବା ଏହି ଆନ୍ଦୋଳନ ଏବେ ଚରମ ସୀମାରେ ପଂହଁଚିଛି । ସପକ୍ଷ ଏବଂ ବିପକ୍ଷବାଦୀ ଙ୍କ ସଙ୍ଘର୍ଷ ଫଳରେ 13 ଜଣଙ୍କ ମୃତ୍ୟୁ ଘଟିବାସହ 200 ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଧକାରୀ ମଧ୍ୟ ଅଛନ୍ତି । ପରିସ୍ଥିତି ଅଣାୟତ୍ତ ଥିବାରୁ ଦଂଗାକାରୀଙ୍କୁ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି । ଦଙ୍ଗାଗ୍ରସ୍ତ ଅଂଚଳରେ 144 ଧାରା ଜାରି କରାଯାଇଛି । ଆଜି ତିନିଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ପୋଲିସ ନିରବଦଷ୍ଟା ସାଜୁଛି କିନ୍ତୁ ଅନ୍ୟ ପାକ୍ଷେ ପୋଲିସ କହୁଛି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।

ପରିସ୍ଥିତିର ମୁକାବିଲା ଲାଗି ବରିଷ୍ଠ ଆଇପିଏସ ଅଧିକାରୀ ଏସ ଏନ ଶ୍ରୀ ବାସ୍ତବଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ନିଯୁକ୍ତ କରାଯାଇଛି । ହିଂସାକୁ ନେଇ ଗୃହମନ୍ତ୍ରାଳୟ କୁ ଦିଲ୍ଲୀ ପୋଲିସଙ୍କ ତରଫରୁ ପର୍ୟାପ୍ତ ପୋଲିସ ନଥିବା କାରଣ ଦର୍ଶାଇ ଏକ ରିପୋର୍ଟ ପ୍ରଦାନ କରାଯାଇଛି । ନାଗରିକତା ସଂଶୋଧନ ଆଇନ ପାଇଁ ସଂଘର୍ଷ ଘଟି ମୃତ୍ୟୁ ହେଉଥିବାରୁ କେନ୍ଦ୍ର ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏଥିପାଇଁ କିଭଳି ଶାନ୍ତି ବଯାଇରଖିହେବ ସେନେଇ ଏକ ଉଚ୍ଚସ୍ତରିୟ ବୈଠକ ଡାକିଛନ୍ତି । ଏହି ବୈଠକ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ,ଉପରାଜ୍ୟପାଳ ଅନିଲ ବୈଜଲ ,ଦିଲ୍ଲୀ ପୋଲିସ କମିଶନର ଅମୁଲ୍ୟ ପଟ୍ଟନାୟକ ,କଂଗ୍ରେସ ନେତା ସୁବାସ ଚୋପ୍ରା , ବିଜେପି ନେତା ମନୋଜ ତିୱାରୀ ଏବଂ ରାମବୀର ବିଧୁରୀ ଉପସ୍ଥିତ ଥିଲେ ।ଏହି ବୈଠକ ରେ ଅଧିକ ପୋଲିସ ମୁତୟନ ,ସୋସିଆଲ ମିଡ଼ିଆ ରେ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କ ଉପରେ ନଜର ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.