ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚିଯିବାର ଆଶଙ୍କା ରହିଛି: ବାଗଚୀ

0

କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ଆମକୁ ନିୟମ ମାନିବାକୁ ପଡ଼ିବ । ନିୟମ ଉଲ୍ଲଙ୍ଘନ କଲେ କିପରି ସଂକ୍ରମଣ ବଢ଼େ ତାହା ଆପଣମାନେ ଜାଣିପାରୁଥିବେ । ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ଓଡ଼ିଶାରେ ଏବେ ବି ମଧ୍ୟ ବିପର୍ଯ୍ୟୟ ଅବସ୍ଥା ହୋଇନାହିଁ । ହେଲେ ଆମକୁ ସାବଧାନ ରହିବାକୁ ପଡ଼ିବ ।

ନଚେତ ପରେ ପସ୍ତେଇବାକୁ ପଡ଼ିବ ।ଏହାସହ ମାସ୍କ ପିନ୍ଧିବାକୁ ଓ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି ବାଗଚୀ । ଘରକୁ ଘର ୪୫ଦିନର ଅଭିଯାନ ଜାରି ରହିବ । ଘର ଘର ଅଭିଯାନ ବେଳେ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ସାମନ୍ୟ ଲକ୍ଷଣ ଥିଲେ ବି ଲୁଚାନ୍ତୁ ନାହିଁ । ଲକ୍ଷଣ ଲୁଚାଇଲେ ଚିରଦିନ ପାଇଁ ଆପଣ ଲୁଚି ଯିବାର ସମ୍ଭାବନା ରହିଛି । ଜନଜୀବନ ବଞ୍ଚାଇବା ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୫୦୨ଜଣ ସୁସ୍ଥ ହୋଇଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୨୫୬୭ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ।

Leave A Reply

Your email address will not be published.