ଓଡ଼ିଆ ନ୍ୟୁଜ୍: ଆଇପିଏଲ୍ ୧୮ତମ ସଂସ୍କରଣରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ । ଦୀର୍ଘ ୧୭ ବର୍ଷ ପରେ ପ୍ରଥମଥର ପାଇଁ ପିନ୍ଧିଛି ଆଇପିଏଲ୍ ମୁକୁଟ । ପଞ୍ଜାବ କିଙ୍ଗ୍ସକୁ ୬ ରନରେ ହରାଇ ଆରସିବି ଜିତି ନେଇଛି ଆଇପିଏଲ ମୁକୁଟ । ୧୮ ବର୍ଷ ପରେ ବି ଆଇପିଏଲ୍ର ଆକର୍ଷଣୀୟ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି ଆରସିବି ।ତା’ ସହିତ ଅଷ୍ଟାଦଶ ସଂସ୍କରଣରେ ୧୮ ନମ୍ବର ଜର୍ସି ପିନ୍ଧୁଥିବା ବରିଷ୍ଠ ଖେଳାଳି ତଥା କିଂବଦନ୍ତି ତାରକା ବିରାଟ କୋହଲିଙ୍କୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଛି ଆର୍ସିବି।
ଏହି ଅପୂର୍ବ ସଂଯୋଗରେ ନିଜ ଖେଳ ଜୀବନର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଥିବା କୋହଲି ମଧ୍ୟ ପୂରା ଭାବବିହ୍ବଳ ହୋଇ ଖୁସିରେ କାନ୍ଦି ପକାଇଲେ । ପୁଣି ଆର୍ସିବି ଆଇପିଏଲ୍ରେ ବିଜେତା ହୋଇଥିବା ରାଜସ୍ଥାନ ରୟାଲ୍ସ, ଡେକାନ୍ ଚାର୍ଜର୍ସ, ଚେନ୍ନାଇ ସୁପରକିଙ୍ଗ୍ସ, କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସଙ୍କ ଭଳି ଦଳଙ୍କ କ୍ଲବ୍ରେ ସାମିଲ ହୋଇଛି।