ଭଣ୍ଡାରିପୋଖରୀ ବିିଧାୟକଙ୍କ ପାଣ୍ଠିରୁ ମାସ୍କ ବଣ୍ଟନ

0

ବାରିକପୁର : ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ ମଞ୍ଜୁରୀ ସ୍ଥିତ ବଧଦେବଜୀଉ ଉଚ୍ଚ ବିଦ୍ୟାଳୟ ଠାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ହାତପାଣ୍ଠିରୁ ଆଜି ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲଙ୍କ ନିର୍ଦ୍ଦେଶକ୍ରମେ ପ୍ରାକ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ବିଦ୍ୟାଳୟ ଠାରେ ପହଞ୍ଚି କରୋନା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ଏହାଛଡା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସମସ୍ତ ବିଦ୍ୟାର୍ଥୀଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ । ଯୁବନେତା ସୁଶାନ୍ତ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଗୌରୀଶଙ୍କର ମିଶ୍ର, ରାଜେଶ ସେନାପତି, ଦିଲ୍ଲିପ ରାଉତ, ଯୁବନେତା ସୁଦର୍ଶନ ରାଉତ, ହରେକୃଷ୍ଣ ଦାସ, ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ, ଅମୂଲ୍ୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ଦୁର୍ଯ୍ୟଧନ ଲେଙ୍କା , ଭଦ୍ରକ

 

Leave A Reply

Your email address will not be published.