ଆଜିର ମୁଖ୍ୟ ଖବର

0

୧-ସେପ୍ଟେମ୍ବର ପହିଲାରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଅଫଲାଇନ୍‌ ପାଠପଢ଼ା, ଶିକ୍ଷକ ଟିକା ନେବା ଜରୁରୀ।

୨-ଯୁକ୍ତ ଦୁଇ ନାମଲେଖା:ପ୍ରଥମ ଦିନରେ ସନ୍ଧ୍ୟା ୭.୧୫ଟା ସୁଦ୍ଧା ୩୬,୫୮୧ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି।୧୭୦୫୬ଜଣ ଆବେଦନ ଫି ପଇଠ କରିଛନ୍ତି।

୩-ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି, ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଜ୍ୟ ସରକାର।

୪-ଗଞ୍ଜାମରେ ୫୦ ସ୍ମାର୍ଟ ସ୍କୁଲ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ, ଜୋରସୋରରେ ଚାଲିଛି ପ୍ରସ୍ତୁତି।

୫-ଘୋଷଣା ହେଲା ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡ, ଓଡ଼ିଶାରୁ ୧୫ ଜଣଙ୍କୁ ମିଳିବ ପୁରସ୍କାର।

୬-କେନ୍ଦ୍ରାପଡ଼ାରେ ପାନୀୟ ଜଳ ପ୍ରକଳ୍ପକୁ ପ୍ରବଳ ବିରୋଧ । ରଣକ୍ଷେତ୍ର ପାଲଟିଲା ରାଜକନିକା । ଆମ୍ବୁଲାନ୍ସ, ଜେସିବି ଓ କଣ୍ଟେନର ଭାଙ୍ଗି ପକାଇଲେ ହଜାର ହଜାର ଆନ୍ଦୋଳନକାରୀ ।

୭-ଶିକ୍ଷା ଓ ଗବେଷଣା ଦିଗରେ ଏକାଠି କାମ କରିବେ କିସ୍‌ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ସ୍ୱାକ୍ଷରିତ ହେଲା MOU।

୮-ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୯-୧୫ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

୧୦-ମାଟ୍ରିକ ଖାତା ଦେଖା:୯ଟି କେନ୍ଦ୍ରରେ ୧୫ଶହ ଶିକ୍ଷକ ନିୟୋଜିତ।

୧୧-କର୍ଣ୍ଣାଟକରେ ବଢୁଛି ଛୋଟ ପିଲାଙ୍କୁ ସଂକ୍ରମଣ । ଅଗଷ୍ଟ ମାସର ପ୍ରଥମ ୧୦ ଦିନରେ ସଂକ୍ରମିତ ହେଲେଣି ୪୮୮ ପିଲା । ମିଜୋରାମରେ ପ୍ରଥମ ୧୦ ଦିନରେ ୧୨୮ ଜଣ ପିଲାଙ୍କୁ କରୋନା ।

୧୨-କୋଲକାତା:ବଢୁଛି ସଂକ୍ରମଣ, ଅଗଷ୍ଟ ୩୦ ଯାଏଁ ଲକଡାଉନ କଟକଣା ବୃଦ୍ଧି କଲେ ଦିଦି : ଅନ୍ୟ ରାଜ୍ୟ ତୁଳନାରେ ସ୍ଥିତି ଚିନ୍ତାଜନକ।

୧୩-ଆଫଗାନିସ୍ତାନରେ କାବୁଲ ଅଭମୁଖେ ମାଡ଼ି ଚାଲିଛନ୍ତି ତାଲିବାନ ଉଗ୍ରପନ୍ଥୀ। ଦେଶର ଅନ୍ୟତମ ମୁଖ୍ୟ ସହର ଗଜନୀ ଏବେ ତାଲିବାନଙ୍କ ଦଖଲରେ।

Leave A Reply

Your email address will not be published.