ଆଜିର ମୁଖ୍ୟ ଖବର

0

୧-ଆଜିଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ।ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି।

୨-ସେପ୍ଟେମ୍ବର ଗାଇଡଲାଇନ : ରାଜ୍ୟବ୍ୟାପୀ ଉଠିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ବଳବତ୍ତର।

୩-ନୂଆଖାଇ ପାଇଁ ନିର୍ଦ୍ଧାରିତ ହେଲା ଲଗ୍ନ।ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ

୪-ବନ୍ଧା ହେବେ ନକଲି ପ୍ରମାଣପତ୍ର ଦେଇଥିବା ଶିକ୍ଷକ।ଫେରାଇବେ ଦରମା ବାବଦ ଅର୍ଥ।

୫-କନ୍ଧମାଳ ସାଂସଦ ଡ.ଅଚ୍ଯୁତ ସାମନ୍ତଙ୍କ ଦିନିକିଆ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ, ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପ୍ରଦାନ କଲେ ହୁଇଲ୍ ଚେୟାର।

୬-ମାହାଙ୍ଗା ନାବାଳିକା ଧର୍ଷଣ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଲେ କଟକ ପୋକ୍ସୋ କୋର୍ଟ।

୭-ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ହୁଏ ୪ ମାସ ମଧ୍ୟରେ ସରିବ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ।

୮-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର; ଭାରତୀୟ ହକିକୁ ଓଡିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଉଚ୍ଚପ୍ରଶଂସା।

୯-ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୭ ଦିନ ମଧ୍ୟରେ ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ନବୀନଙ୍କ ନିର୍ଦ୍ଦେଶ ।

୧୦-ପାରା ଅଲମ୍ପିକ୍‌ରେ ୧୦ କୁ ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା, ହାଇ ଜମ୍ପରେ ମାରିଆପାନ୍ନଙ୍କୁ ରୌପ୍ୟ ଓ ଶରଦଙ୍କୁ ବ୍ରୋଞ୍ଜ।

୧୧-ଆସନ୍ତା ‘ମନ୍ କି ବାତ୍’ରେ ଓଡ଼ିଆ ପୁଅଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । କଟକର ଚିତ୍ତରଞ୍ଜନଙ୍କ ସଢେଇ କଳା ମୋହିନେଲା ମୋଦିଙ୍କ ମନ, ପିଏମଓ ଅଫିସରୁ ଆସିଲା କଲ୍ ।

୧୨-୨୦ ବର୍ଷର ଯୁଦ୍ଧ ସାରି ଆଫଗାନ ମାଟି ଛାଡିଲା ଆମେରିକା । ଯୁଦ୍ଧ ବିମାନକୁ ଅକାମି କରି ବୁଦ୍ଧି ଶିଖାଇଲା ବାଇଡେନ୍ ସେନା, ସେପଟେ ଆମେରିକା ଯିବା ପରେ ଖୁସି ମନାଇଲା ତାଲିବାନ ।

Leave A Reply

Your email address will not be published.