ଆମେରିକା – ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମୁହାମୁହିଁ

0

କରୋନା ଭାଇରସ୍ ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆମେରିକା ମୁହାମୁହିଁ ହୋଇଛନ୍ତି l ଚୀନ୍ କୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସହାୟତା କରିବା ଏବଂ କରୋନା ଭୁତାଣୁ କୁ ଲୁଚାଇବା ଆମେରିକା ଅଭିଯୋଗ କରିଛି ସେଥିପାଇଁ ଉଭୟଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି l

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନେକ ସମୟରେ ଆମେରିକା ସହ ଭେଦଭାବ କରିଛନ୍ତି l ଚୀନ କୁ ସୁହାଇଲା ଭଳି କାର୍ଯ୍ୟ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୁଛି l ଜାନୁଆରୀ 14 ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏକ ବିବୃତି ଦେଇ କହିଥିଲେ ଯେ ଚୀନ ରେ କରୋନା ଭୁତାଣୁ ମଣିଷ ଠାରୁ ମଣିଷକୁ ବ୍ୟାପୁ ନାହିଁ l କିନ୍ତୁ ତାହା ବ୍ୟାପୁଥିଲା l ସେହିପରି ଆମେରିକା ଚୀନ ନାଗରୀକ ଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା l ଫଳରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଆମେରିକାକୁ ସମାଲୋଚନା କରିଥିଲା l

ଆମେରିକାର ପ୍ରଶ୍ନର ଉତ୍ତର ଦେବାକୁଯାଇ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ର ଡାଇରେକ୍ଟର ଟ୍ରେଡରସ କହିଛନ୍ତି କରୋନା ଭୁତାଣୁ ପ୍ରସଙ୍ଗକୁ ନେଇ କୌଣସି ରାଜନୀତି କରିବା ଉଚିତ୍ ନୁହଁ l ଯଦି ଆପଣ ଏହାକୁ ହାଲକାରେ ନେବାକୁ ଚାହୁଁଛନ୍ତି ତେବେ ଏହାକୁ ନେଇ ରାଜନୀତି କରନ୍ତୁ l

Leave A Reply

Your email address will not be published.