ବିଧାୟକ ରଘୁରାମ ପଡାଲଙ୍କୁ ହତ୍ୟା ଧମକ, ଯୁବକ ଅଟକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଧାୟକ ତଥା ଜିଲ୍ଲା ବିଜେଡି ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲଙ୍କୁ ହତ୍ୟା ଧମକ। ତେବେ ଯୁବକ ଜଣଙ୍କୁ ଅଟକ  ରଖି ପଚରା ଉଚରା କରୁଛି ପେଲିସ। ଫେସ୍‌ବୁକ୍‌ରେ ‘ଜୟ ହୋ’ ନାମକ ଗ୍ରୁପରେ ଖବରକାଗଜର ଏକ ନ୍ୟୁଜ୍‌ କଟିଂକୁ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ଯୁବକ କମେଣ୍ଟ ଦେଇଛନ୍ତି। ସେଥିରେ ସେ ଲେଖିଛନ୍ତି, ଆଉ ବେଶୀ ହେଲେ, ସୁଟ୍‌ କରିଦେବି ତାକୁ। ଏନେଇ ଅଭିଯୋଗ ପରେ କୋରାପୁଟ୍‌ ସଦର ଥାନା ପୁଲିସ୍‌ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି। ତେବେ ଯୁବକଙ୍କ ଏପରି କମେଣ୍ଟ ପରେ ବିଧାୟକ ଶ୍ରୀ ପଡାଲ ବ୍ୟସ୍ତ ହୋଇପଡ଼ିଛନ୍ତି। ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଶ୍ରୀ ପଡାଲ୍‌ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି, ମୁଁ ସବୁବେଳେ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ବିଭିନ୍ନ ଜରୁରୀ ସମୟରେ ସୁରକ୍ଷାକର୍ମୀଙ୍କୁ ନନେଇ ମଧ୍ୟ ଗସ୍ତ କରୁଛି। ଆଗାମୀ ସମୟରେ କିଛି ଅସୁବିଧା ହେଲେ ସେ%2

Comments are closed.