ଓଡ଼ିଆ ନ୍ୟୁଜ୍: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା।ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ୍ ପ୍ରଶାସନ।ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ସୂଚନା। ଆଫାଗାନିସ୍ତାନ, ଇରାନ ସମେତ ୧୨ଟି ଦେଶର ନାଗରିକ ଆମେରିକାରେ ଏଣ୍ଟ୍ରି ଉପରେ କଟକଣା ଲାଗୁ କରିଛନ୍ତି । ଏହି ସବୁ ରାଷ୍ଟ୍ରର ଲୋକ ଆମେରିକାରେ ପ୍ରବେଶ କରିପାରିବେ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆତଙ୍କବାଦୀ ସମେତ ବିଭିନ୍ନ ବିପଦକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ଟ୍ରମ୍ପ ସରକାରଙ୍କ ମତରେ ଆମେରିକାର ଏହି ନିଷ୍ପତ୍ତି ଦେଶର ସୁରକ୍ଷାକୁ ମଜବୁତ୍ କରିବ। ଟ୍ରମ୍ପ ସରକାରଙ୍କ ଘୋଷଣା ମୁତାବିକ, ଆଫଗାନିସ୍ତାନ, ମିଆଁମାର, ଚାଣ୍ଡ, କଙ୍ଗୋ ଗଣରାଜ୍ୟ, ଇକ୍ଟୋଟେରିଆଲ୍ ଗିନି, ଇରିଟ୍ରିୟା, ହୈତି, ଇରାନ, ଲିବିଆ, ସୋମାଳିଆ, ସୁଡାନ୍, ୟମନର ନାଗରିକମାନଙ୍କୁ ଆମେରିକାରେ ପ୍ରବେଶ ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଇଛି ।ଏହାସହିତ ବୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିୟୋନ, ଟାଗୋ, ତୁର୍କିମେନିସ୍ତାନ, ଭେନେଜୁଏଲା ଆଦି ଦେଶ ଉପରେ ମଧ୍ୟ ଏହି କଟକଣା ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ।