ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ୧୨ ଟି ବିରୋଧୀ ରାଜନୈତିକ ଦଳ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ ଆଇ ଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣା ର ତଦନ୍ତ, କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସି ବି ଆଇ ତଦନ୍ତ କୁ ପ୍ରତ୍ୟାହାର କରିବା, ରେଳ ଦୁର୍ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟି ରୁ ତୁରନ୍ତ ଇସ୍ତଫା,ସମସ୍ତ ମୃତକ ମାନଙ୍କର ନାମ ତାଲିକା ଫୋଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷାର ଦୈନିକ ଖବର କାଗଜରେ ପ୍ରକାଶ କରିବା ଏବଂ ମୃତକଙ୍କୁ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ, ପ୍ରତ୍ୟୋକ ମୃତକ ପରିବାରକୁ ତତକ୍ଷଣାତ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ,ସମସ୍ତ ଆହତ ମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ କାର୍ଯକ୍ଷମ ହେବା ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆର୍ଥିକ ସହାୟତା ପ୍ରଦାନ,ପ୍ରତ୍ୟୋକ ମୃତକ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟୋକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳ ବିଭାଗ ରେ ଖାଲି ପଡ଼ିଥିବା ୩ ଲକ୍ଷ ୧୨ ହଜାର ପଦବୀ ଅବିଳମ୍ବେ ପୂରଣ କରିବା, ରେଳ ବ୍ୟବସ୍ଥାର ସାମଗ୍ରିକ ଭିତ୍ତିଭୂମିର ବିକାଶ, ରେଳ ଧାରଣା ର ରକ୍ଷଣା-ବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ “କବଚ” ବ୍ୟବହାର କରିବା ଘରୋଇକରଣ ପ୍ରକ୍ରିୟା ବନ୍ଦ,ରେଳ ଯାତ୍ରା ରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ଉନ୍ନତ ପାଇଖାନା,ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀ ର ଗୁଣ ବୃଦ୍ଧି,ସ୍ୱାସ୍ଥ୍ୟ ବ୍ୟବସ୍ଥା,ଲୋକ ରନିଙ୍ଗ ଷ୍ଟାଫ, ଗାର୍ଡ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କ କାର୍ଯ୍ୟ ସମୟ କମାଇବା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେଇ ବଜେଟ ରେ ଅର୍ଥ ବିନିଯୋଗ କରିବା,lସାଧାରଣ ଯାତ୍ରୀଙ୍କ ଯାତାୟତ ପାଇଁ ଅଧିକ ରୁ ଅଧିକ ସ୍ଲିପର କୋଚ,ସାଧାରଣ କୋଚ ପ୍ରଚଳନ କରିବା ସହିତ ସୁଲଭ ମୂଲ୍ୟ ରେ ରେଳ ଯାତ୍ରା କରିବା ସୁବିଧା ଇତ୍ୟାଦି ଯୋଗାଇବା ପାଇଁ ବ୍ୟବସ୍ଥା କରିବା ଏବଂ ୨୦୧୪ ମସିହାରେ କେନ୍ଦ୍ର ରେ ଏନ ଡ଼ି ଏ ସରକାର କ୍ଷମତାକୁ ଆସିଲା ପରେ ରେଳବାଇର ଘରୋଇ କରଣ କରିବା ପାଇଁ ବିବେକ ଦେବରାୟ କମିଟି ର ସୁପାରିଶ ରେଳ ଭିତ୍ତିଭୂମିକୁ ବିପର୍ଯ୍ୟୟରେ ପରିଣତ କରିଛି ।
ରେଳବାଇର ଘରୋଇ କରଣ ରୋକିବା ପାଇଁ ତୁରନ୍ତ ଦେବରାୟ କମିଟି ସୁପାରିଶକୁ ପ୍ରତ୍ୟାହାର କରିବା ଦାବୀ କରାଯାଇଛି। ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୧ ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଜୁନ ୧୨ ତାରିଖ ରେ ଏହି ଦାବୀ ନେଇ ଭୁବନେଶ୍ୱର ପୂର୍ବତଟ ରେଳ ପଥ ହେଡ଼ କ୍ୱାର୍ଟର, ବାଲେଶ୍ୱର ବ୍ରହ୍ମପୁର, ଏବଂ ରାଉରକେଲା ଥରେ ଅନୁରୂପ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରାଯାଇଛି।
ଏହି ପ୍ରତିବାଦ ଆନ୍ଦୋଳନରେ ଭାରତୀୟ ଜାତୀୟ କଂଗ୍ରେସ,ସି ପି ଆଇ, ସି ପି ଆଇ(ଏମ),ସି ପି ଆଇ-ଏମ ଏଲ (ଲିବେରେସନ),ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଆମ ଆଦମୀ ପାର୍ଟି,ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି,ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଆର ପି ଆଇ ସି ପି ଆଇ-ଏମ ଏଲ (ରେଡ ଷ୍ଟାର) ପ୍ରମୁଖ ୧୨ ଟି ରାଜନୈତିକ ଦଳ ର ନେତୃବୃନ୍ଦ ସାମିଲ ହୋଇଥିଲେ l
ଏହି ଆନ୍ଦୋଳନ ରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଜନାର୍ଦ୍ଦନ ପତି, ଲକ୍ଷ୍ମଣ ମୁଣ୍ଡା, ଆଶୀଷ କାନୁନଗୋ, ଜୟନ୍ତ ଦାସ,ଯୁଧିଷ୍ଠିର ମହାପାତ୍ର, ମହେନ୍ଦ୍ର ପରିଡା,ଜ୍ୟୋତି ରଞ୍ଜନ ମହାପାତ୍ର, ନିଶିକାନ୍ତ ମହାପାତ୍ର, ରବି ବେହେରା, ସୁଦର୍ଶନ ପ୍ରଧାନ, ହରିଶ ମହାପାତ୍ର, ହେମନ୍ତ କୁମାର, ବିକ୍ରମ ସ୍ୱାଇଁ, ପ୍ରମିଳା, ପ୍ରଭାସ ସାମନ୍ତରାୟ, ଜଗନ୍ନାଥ ମିଶ୍ର,ସୁରେଶ ପାଣିଗ୍ରାହୀ, ବିଷ୍ଣୁ ମହାନ୍ତି, ପୁଷ୍ପା ଦାସ,ପ୍ରମୋଦ ସାମଲ,ବଦ୍ରି ନାରାୟଣ ଦାସ,ପ୍ରଦୀପ୍ତ ନାୟକ,ଯତୀନ ମହାନ୍ତି, ସରୋଜ ନାୟକ,ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ରଜନୀ ମହାନ୍ତି,ଅମୀୟ ପାଣ୍ଡଵ,ବିଶ୍ୱଜିତ ଦାସ,ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ଚାମ୍ବୁରୁ ସୋରେନ, ବିଜୟ ମହାନ୍ତି, ସୁରେଶ ରାଉତରାୟ ଏବଂ ନାରାୟଣ ଡ଼ାଳୁଅ ପ୍ରମୁଖ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ l