ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା: ୧୨ରୁ ୧୩ ଜଣ ପିଲାଙ୍କୁ କରାଯିବ ରଷ୍ଟିକେଟ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀ ଙ୍କୁ ମଙ୍ଗବାର ରାଗିଙ୍ଗ କରାଯାଇଥିବା ଘଟଣାରେ ବଡ଼ବଜାର ଥାନା ପୋଲିସ ଦୁଇ ଛାତ୍ରଙ୍କୁ କାଲି ଗିରଫ କରି କୋର୍ଟ ଚାଲାଣ କରିଛି।  ଆଜି କଲେଜରେ ଆଣ୍ଟି ରାଗିଙ୍ଗ ସେଲର ବୈଠକ ବସି ସେଥିରେ ସମ୍ପୃକ୍ତ ତଥା viral ଭିଡ଼ିଓ ରେ ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କଲେଜ ଅଧ୍ୟକ୍ଷା କହିଛନ୍ତି l ଦୁଇ ଗିରଫ ଛାତ୍ରଙ୍କ ସମେତ ପ୍ରାୟ ୧୨ରୁ ୧୩ ଜଣଙ୍କୁ କଲେଜରୁ ବିଦାୟ କରାଯିବ l
ସୂଚନା ପ୍ରକାରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ଜୁନିଅର କଲେଜର କିଛି ଛାତ୍ର ଜଣେ ଛାତ୍ରୀଙ୍କୁ ର‌୍ୟାଗିଂ କରୁଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କଲେଜର କଛି ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଜଣେ ଛାତ୍ରୀଙ୍କୁ ଅଶ୍ମିଳ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟତନା ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଶୁଣିବାକୁ ମିଳୁଛି । ଏହା ସହ ଏହାକୁ ମୋବାଇଲ ମାଧ୍ୟମରେ କିଛି ଛାତ୍ରଛାତ୍ରୀ ଭିଡିଓ ମଧ୍ୟ ଉତ୍ତୋଳନ କରୁଥିବା ଦେଖିବାକୁ ମିଳଛି ।
ଏନେଇ ଆଜି ଭାଇରାଲ ହେବା ପରେ ବଡ଼ ବଜାର ଥାନା ପୋଲିସର ଏକ ଟିମ ସଂପୃକ୍ତ କଲେଜକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଅଭିଶେକ ନାହାକ ଓ ତାଙ୍କ ଘର ବହରାଖଣ୍ଡି ଶାନ୍ତି ନଗର ବୋଲି ଜଣାପଡିଥିଲା । ପୋଲିସ ଅଭିଶେକଙ୍କୁ ଥାନାକୁ ଆଣି ପଚାରା ଉଚୁରା କରିବା ସହ ଘଟଣା ସମ୍ପର୍କରେ ଜେରା କରିଥିଲା ପରେ ଏନେଇ ବଡ ବଜାର ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଶେକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି ।

Leave A Reply

Your email address will not be published.