ଓଡ଼ିଆ ନ୍ୟୁଜ୍: ଗୁଜୁରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଛି ଆଇପିଏଲ୍ ୨୦୨୫ର ଫାଇନାଲ୍ ମୁକାବିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୯ ଓ୍ଵିକେଟ୍ ହରାଇ ୧୯୦ ରନରେ ସୀମିତ ରହିଛି। ଶେଷ ଓଭରରେ ଅର୍ଶଦୀପ ସିଂ ୩ ଓ୍ଵିକେଟ୍ ନେଇ ବେଙ୍ଗାଲୁରୁକୁ ୨୦୦ ରନ କରିବାକୁ ଦେଇ ନାହାନ୍ତି। ଦଳ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୩ ରନ କରିଥିଲେ ହେଁ ୩୫ ବଲ୍ ଖେଳିଛନ୍ତି।
ଅନ୍ୟ ବ୍ୟାଟର ଉପଯୋଗୀ ବ୍ୟାଟିଂ କରିବାରୁ ବେଙ୍ଗାଲୁରୁ ୧୯୦ ରନ କରି ପାରିଛି।ପ୍ରଥମ ଟାଇଟଲ୍ ଜିତିବା ପାଇଁ ପଞ୍ଜାବ ସମ୍ମୁଖରେ ୧୯୧ ରନର ବିଜୟ ଲକ୍ଷ୍ୟ ରହିଛି। ଅର୍ଶଦୀପଙ୍କ ବ୍ୟତୀତ କାଇଲ ଜେମିସନ ୩ ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ ସେ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବ। ବେଙ୍ଗାଲୁରୁ ଚତୁର୍ଥ ଥର ଫାଇନାଲ୍ ଖେଳୁଥିବା ବେଳେ ପଞ୍ଜାବ ଦ୍ଵିତୀୟ ଥର ଖେଳୁଛି।