ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ମାଟ୍ରିକ ପରୀକ୍ଷାରେ ଅନୁମସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରକାଶ ପାଇଥିବା ରିପୋର୍ଟ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆଣିଥିବା ବେଳେ ଏବେ ନବମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରକାଶପାଇଥିବା ରିପୋର୍ଟ ମୁଣ୍ଡବ୍ୟଥାର କାରଣ ପାଲଟିଛି । ନବମ ଶ୍ରେଣୀର ବି ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ନେଇ ବୋର୍ଡ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ନବମ ଶ୍ରେଣୀରେ ମୋଟ୍ ୫ ଲକ୍ଷ ୬୬ ହଜାର ୨୬୯ ପଞ୍ଜିକରଣ କରିଛନ୍ତି । ଏଥିମଧ୍ୟରୁ ୫ ଲକ୍ଷ ୫୧ ହଜାର ୩୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୧୪ ହଜାର ୯୩୫ ଜଣ ପରୀକ୍ଷା ଦେଇନାହାନ୍ତି ।ଯେଉଁମାନେ ପାସ୍ କରିଛନ୍ତି ସେମାନଙ୍କ ମଧ୍ୟରୁ ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୧ ଲକ୍ଷ ୧୮ ହଜାର ୭୯୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।ତେବେ କେଉଁ କାରଣ ପାଇଁ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଲେନି ଓ କାହିଁକି ଏମାନେ ଅଧାରୁ ପାଠ ପଢା ଛାଡିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।