ମୃତ୍ୟୁ ପରେ ମଣିଷର ଆତ୍ମା କୁଆଡ଼େ ଯାଏ ଓ କଣ କରେ ଜାଣିଛନ୍ତି କି ? ପଢନ୍ତୁ…

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ, ଏହାକୁ କେହି ଟାଳିପାରିବେନି । ହେଲେ, ମୃତ୍ୟୁ ପରେ ମଣିଷର ଆତ୍ମା କୁଆଡ଼େଯାଏ ତାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି । ପ୍ରାୟ ସମସ୍ତେ କହନ୍ତି ମୃତ୍ୟୁ ପରେ ମଣିଷ ପରଲୋକକୁ ଚାଲି ଯାଏ ଆଉ ପୂର୍ନଜନ୍ମ ହୋଇଥାଏ । ଏହିସବୁ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ବୈଜ୍ଞାନିକଙ୍କୁ ମିଳି ପାରିନାହିଁ। ହେଲେ ଗରୁଡ଼ ପୁରଣାରେ ମୃତ୍ୟୁକୁ ନେଇ କିଛି କଥା କୁହାଯାଇଛି, ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଚକିତ କରିଦେବ। ହିନ୍ଦୁଧର୍ମ ଅନୁସାରେ ମୃତ୍ୟୁ ପରେ ମଣିଷର ଅନ୍ତିମ ସଂସ୍କାର କରିଯାଇଥାଏ। ପୁର୍ନଜନ୍ମକୁ ନେଇ ଗରୁଡ ପୁରାଣରେ ଅନେକ କଥା କୁହାଯାଇଛି। ମୃତ୍ୟୁ କଣ ? ସତରେ କଣ ପୁର୍ନଜନ୍ମ ଅଛି କି? ମଣିଷ ମରିବା ସମୟରେ କଷ୍ଟ ହୁଏ କି? ମୃତ୍ୟୁ ପରେ ମଣିଷର କଣ ହୋଇଥାଏ ଓ ମୃତ୍ୟୁ ପରେ ଆମେ କେଉଁଠି ଯାଇଥାନ୍ତି? ଏହି ସଂପର୍କରେ ଗରୁଡ଼ ପୁରାଣରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ପୁରାଣ ଅନୁସାରେ ମୃତ୍ୟୁର କିଛି ଘଣ୍ଟା ପରେ ମଣିଷର ପାଦ ଥଣ୍ଡା ହୋଇଯାଇଥାଏ। ମଣିଷର ମୃତ୍ୟୁ ସମୟ ଆସିଲେ ମୃତ୍ୟୁର ରାଜା ଯମ ଦେବତା ତାଙ୍କ ପାଖରେ ପହଞ୍ଚି ଯାଇଥାଏ। ଏହି ସମୟରେ ବିଭିନ୍ନ ପ୍ରକାର ଶବ୍ଦ ମଣିଷକୁ ଶୁଣା ଯାଇଥାଏ। ଏଥିସହ ନିଜେ ନିଜେ ମଧ୍ୟ ଚିତ୍କାର କରିବାକୁ ଲାଗନ୍ତି। କିନ୍ତୁ ଏହି ଶବ୍ଦକୁ କେହି ଶୁଣି ପାରନ୍ତି ନାହିଁ। ଧୀରେ ଧୀରେ ଆତ୍ମାକୁ ଜଣା ପଡିଥାଏ ଯେ ତାକୁ ଏବେ  ସଂସାର ଛାଡିବାକୁ ହେବ। ମଣିଷ ମରିବା ଥିବା ଘରେ ତାର ଆତ୍ମା ଅତି କମରେ ମରିବାର ୭ ପର‌୍ୟ୍ୟନ୍ତ ରହିଥାଏ। ଆତ୍ମା ମଧ୍ୟ ନିଜ ପସନ୍ଦର ସ୍ଥାନକୁ ମଧ୍ୟ ବୁଲିବାକୁ ଯାଇଥାଏ। ଅଫିସ୍, ବଗିଚା ଓ ଦୋକାନ ଆଦି ସ୍ଥାନକୁ ମଧ୍ୟ ଆତ୍ମା ଭ୍ରମଣ କରିବା ପାଇଁ ଯାଇଥାଏ। ମୃତ୍ୟୁ ପରେ ପ୍ରତ୍ୟେକ ଦିନ ଆତ୍ମା ଆସିଥାଏ । ୭ ଦିନ ପରେ ନିଜ ପରିବାର ଓ ଏହି ଲୋକକୁ ଛାଡି ଆତ୍ମା ପରଲୋକ ଚାଲି ଯାଇଥାଏ । ଏହାପରେ ଆତ୍ମା ଚାରି ଦିଗରେ ୪ଟି ବାଟ ବାଟ ଦେଇ ଯମଲୋକକୁ ଯାଇଥାଏ। ଆତ୍ମାର କର୍ମ ଆଧାରେ କିଏ କେଉଁ ବାଟରେ ଯିବ ତାହା ଯମଲୋକରେ ନିଷ୍ପତ୍ତି ହୋଇଥାଏ। ଗରୁଡ଼ ପୁରୁଣା ଅନୁସାରେ ପୂର୍ବ ଦିଗରେ ଥିବା ବାଟରେ ସୁଖ ମିଳିବା ସହ ଆତ୍ମାକୁ କଷ୍ଟ ହୋଇନଥାଏ।

Leave A Reply

Your email address will not be published.