୨୫ ଚାଇନିଜ୍ କମ୍ପାନୀ କାମ ବନ୍ଦ କରିବାକୁ ପାକ୍କୁ ଚେତାବନୀ

0

ଇସଲାମାବାଦ(ଓଡ଼ିଆ ନ୍ୟୁଜ୍‌): ୨୫ ଚାଇନିଜ୍ କମ୍ପାନୀ କାମ ବନ୍ଦ କରିବାକୁ ପାକ୍କୁ ଚେତାବନୀ । କୌଣସି ପରିସ୍ଥିତିରେ ପାକିସ୍ତାନର ସମସ୍ୟା କମିବାର ନାଁ ଧରୁନି। ସିପିଇସି ଆଧାରରେ ପାକିସ୍ତାନରେ କାମ କରୁଥିବା ପ୍ରାୟ ୨୫ ଚୀନ୍ କମ୍ପାନୀ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। କମ୍ପାନୀଗୁଡିକ କହିଛନ୍ତି ଯେ, ଯଦି ୩୦୦ ଅରବ ବକେୟା ପୈଠ କରାନଯାଏ ତେବେ ସେମାନେ ଚଳିତ ମାସରେ ପରିଚାଳନା ବନ୍ଦ କରିବାକୁ ବାଧ୍ୟ ହେବେ । କିଛି ଦିନ ପୂର୍ବେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚୀନ୍ ଇଣ୍ଡିପେଣ୍ଡେଣ୍ଟ ପାଓ୍ବାର ପ୍ରୋଡ୍ୟୁସର୍ସ (ଆଇପିପି) ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିଲା। ବୈଠକରେ ୩୦ରୁ ଅଧିକ ଚୀନ୍ କମ୍ପାନୀର ମୁଖ୍ୟ ସାମିଲ ଥିଲେ। ଏହି କମ୍ପାନୀ ଶକ୍ତି, ସଞ୍ଚାର, ରେଳବାଇ ଏବଂ ଅନ୍ୟ କ୍ଷେତ୍ର ସହ ଜଡିତ ଅଛନ୍ତି। ବୈଠକରେ ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡିକ ୩୦୦ ଅରବ ପାକିସ୍ତାନୀ ଟଙ୍କା (୧୫,୯୫,୯୨୦,୮୦୦ ଆମେରିକୀୟ ଡଲାର) ବକେୟା ପୈଠ କରିବା ସମ୍ପର୍କରେ ଅନେକ ଅଭିଯୋଗ କରିଥିଲେ । କମ୍ପାନୀ ମଧ୍ୟରୁ ୨୫ଟିର ପ୍ରତିନିଧି କହିଥିଲେ ବକେୟା ପୈଠ ବିନା ସେମାନେ ଅଧିକ ଦିନ କାମ କରିପାରିବେନାହିଁ ।

ସୂଚନା ଅନୁଯାୟୀ, ଚୀନ୍ କମ୍ପାନୀ ଅନୁସାରେ, ପୂର୍ବରୁ ତ ଦେୟ ଠିକ୍ ସେ ପୈଠ ହେଉନଥିଲା । କରୋନା ଯୋଗୁଁ ତାଙ୍କ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏବେ ପାକିସ୍ତାନ ସରକାର ତାଙ୍କ ଉପରେ ଅତିରିକ୍ତ କର ଲଗାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତାଙ୍କ କାର‌୍ୟ୍ୟକାଳ ସମୟରେ ଯେତେବେଳେ ଶେଷ ଥର ଚୀନ୍ ଯାଇଥିଲେ ତୁରନ୍ତ ବକେୟା ପୈଠ କରିବାକୁ କହିଥିଲେ । କିନ୍ତୁ ଏହା ମଧ୍ୟ ହୋଇପାରିନାହିଁ।

Leave A Reply

Your email address will not be published.