ଓଡ଼ିଶା ଜେଲରେ କଏଦୀଙ୍କ ମଧ୍ୟରେ ବଢୁଛି ମାନସିକ ରୋଗୀ ଓ ଆତ୍ମହତ୍ୟା ସଂଖ୍ୟା, କାଉନସିଲିଂ ପାଇଁ ନିୟୋଜିତ ହେଲେ ୨୬ ଜଣ ବିଶେଷଜ୍ଞ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଜେଲରେ କଏଦୀଙ୍କ ମଧ୍ୟରେ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା ଓ ଆତ୍ମହତ୍ୟା। ଜେଲରେ ଥିବା କଏଦୀଙ୍କ ମଧ୍ୟରେ ମାନସିକ ରୋଗୀଙ୍କ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ତେଣୁ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଛି ଜେଲ ବିଭାଗ। ଏଥିପାଇଁ ୨୬ଜଣ ମାନସିକ ରୋଗୀ ବିଶେଷଜ୍ଞ ଙ୍କୁ ନିୟୋଜିତ କରାଯାଇଛି। ଆଗାମୀ ୧ତାରିଖରେ ରାଜ୍ୟର ପ୍ରମୁଖ ଜେଲ ରେ ଯୋଗ ଦେବେ ଏହି ମାନସିକ ରୋଗୀ ଚିକିତ୍ସିକ।

ରାଜ୍ୟରେ ୮୭ଜେଲରେ ଥିବା କଏଦୀ ମାନଙ୍କ ମଧ୍ୟରେ  ଜେଲରେ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା। ଆତ୍ମ ହତ୍ୟା ପ୍ରବଣତା ମଧ୍ୟ ବଢୁଛି। ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଜେଲ ସଂସ୍କାର କାର୍ଯ୍ୟ କ୍ରମ ଚାଲିଛି। NHRC ଙ୍କ ଗାଇଡ ଲାଇନ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଏହି ଯୋଜନା। ଏଥିପାଇଁ ଚିକିତ୍ସା ପ୍ରସ୍ତୁତ ହେଲା ଜେଲ ବିଭାଗ। ୨୬ ଜଣ ମାନସିକ ରୋଗୀ ବିଶେଷଜ୍ଞ ମେ ୧ରୁ କାର୍ଯ୍ୟ ରେ ଯୋଗ ଦେବେ। ସାଇକ୍ରାଟ୍ରିକ ଶୋସିଆଲ ୱାର୍କର ଓ କ୍ଲିନିକାଲ ସାଇକୋଲୋଜିଷ୍ଟ ଦୁଇଟି ବିଭାଗର ବିଶେଷଜ୍ଞଙ୍କୁ ମୁତୟନ କରାଯାଇଛି।

ଏବେ 87ଟି ଜେଲ ରେ 800ଜଣ ମାନସିକ ରୋଗୀ ଅଛନ୍ତି ।ମାଲକାନାଗୀରି ଜେଲ ରେ ସବୁଠୁ ଅଧିକ ମାନସିକ ରୋଗୀ ଅଛନ୍ତି । ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ୨୬ ଜଣ ମାନସିକ ବିଶେଷଜ୍ଞ ଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ କଏଦୀ ଙ୍କ ମାନସିକ ଅବସ୍ଥା ଯାଞ୍ଚ କରିବେ । ଯେଉଁ ଜେଲ ଗୁଡିକ ରେ ଅଧିକ ମାନସିକ ରୋଗୀ ଅଛନ୍ତି ସେଇଠି ବିଶେଷଜ୍ଞ ମାନଙ୍କୁ ମୁତୟନ କରାଯିବ । ମେ ପାହିଲା ରୁ ସବୁ ଜେଲ ରେ ମୁତୟନ ହେବେ ଏହି ମାନସିକ ରୋଗୀ ବିଶେଷଜ୍ଞ । ଏହାଦ୍ବାରା କଏଦୀ ଙ୍କ ମାନସିକ ସ୍ବାସ୍ଥ୍ୟ ରେ ଅନେକ ସୁଧାର ଆସିବ।

କଏଦୀମାନେ ଜେଲରେ ଅନେକ ଚାପ୍ ରେ ରହୁଛନ୍ତି। ଘର ର ଦୂରରେ ରହିବା, ସାମାଜିକ ସ୍ତରରେ ଅଣଦେଖା ଯୋଗୁଁ ଅବସାଦ ରେ ରହୁଛନ୍ତି। ବିଶେଷଜ୍ଞ ମାନଙ୍କର କହିବା କଥା ଅନ୍ତେବସୀଙ୍କ ମାନସିକ ଅବସ୍ଥାର ନିୟମିତ ଯାଞ୍ଚ ହେବ। ସେମାନଙ୍କୁ ଔଷଧ ଓ କାଉନସେଲିଂ କରାଯିବ। ସେହିପରି ସଂସ୍କାର କାର୍ଯ୍ୟକ୍ରମ ଅନୁଯାୟୀ ତାଙ୍କୁ ବିଭିନ୍ନ କ୍ଷେତ୍ର ରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ରହିଛି।
ଧୀରେ ବଦଳୁଛି ଜେଲ ବ୍ୟବସ୍ଥା । ଆଗକୁ ଜେଲ ଭିତରେ କଏଦୀ ମାନେ ବିୟୁଟିପାଲର , ନର୍ସିଂ ଭଳି ଟ୍ରେନି ଦିଆଯିବ। ସେହିପରି ଖୁବ ଶୀଘ୍ର ଝାରପଡା ଜେଲରେ କଏଦୀ ପ୍ରସ୍ତୁତ କରିବେ ମାଣ୍ଡିଆ ପ୍ରସ୍ତୁତ ବିସ୍କୁଟ ।

Leave A Reply

Your email address will not be published.