କେରଳା ପବ୍ଲିକ ସ୍କୁଲର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେରଳା ପବ୍ଲିକ ସ୍କୁଲର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ଅସନବଣି ନିକଟସ୍ତ କେରଳା ପବ୍ଲିକ ସ୍କୁଲର ୨୬ତମ ବାର୍ଷିକ ଉତ୍ସବ ସଭାପତି ଗୀତାଞ୍ଜଳି ତ୍ରିପାଠୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ , ଉପାଧ୍ୟକ୍ଷା ମମିତା ଚୌଧୂରୀ, ରାଇରଙ୍ଗପୁର ଟାଉନ ବିଜେଡି ମହିଳାମୋର୍ଚ୍ଚା ସଭାପତି ତନୁଜା ମହାନ୍ତ, କେ ପି ଏସ୍ ଡାଇରେକ୍ଟର ରଚନା ନାୟର, କେ ପି ଏସ୍ ର ପୂର୍ବତନ ଅଧ୍ୟକ୍ଷ ସିନ୍ଧୁ ଭିଜୟାନ, ରାଇରଙ୍ଗପୁର ଶିକ୍ଷାଗତ କମିଟୀର ଅରବିନ୍ଦ ବାଗଡିୟା, ମହେଶ ଶର୍ମା, ଟି କେ ଭିଜୟାନ, ରାମକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ସଭା ପ୍ରାରମ୍ଭ ପୂର୍ବରୁ ପ୍ରଦୀପ ପ୍ରଜ୍ଜଳନ ପରେ ବିଦ୍ୟାଳୟ ଛାତ୍ରୀଗଣ ସ୍ବାଗତ ସଂଗୀତ ଗାନ କରିଥିଲେ | ଏହାପରେ ସଭାପତି ବାର୍ଷିକ ବିବରଣୀ ପାଠ କରିଥିଲେ | ତଦପରେ ମୁଖ୍ୟଅତିଥି ଶିକ୍ଷା ଉପରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ |

ପରେ ପରେ ଅନ୍ୟ ସମ୍ମାନିତ ଅତିଥିଗଣ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ | ପୁରସ୍କାର ବିତରଣୀ ପରେ ବିଦ୍ୟାଳୟରେ ଗତବର୍ଷର କୃତିତ୍ବ ଅର୍ଜନକାରୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ | ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ସହଯୋଗ କରିଥିଲେ | ପରିଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷା ସାକ୍ର ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ର ଓ ଅବିଭାବକଅବିଭାବିକା ଯୋଗ ଦେଇଥିଲେ |

Leave A Reply

Your email address will not be published.