ମୋଦୀଙ୍କ ବିରୋଧରେ ଏକାଠି ହେଲେ ୩ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏକାଠି ହେଉଛନ୍ତି ମୋଦୀ ବିରୋଧୀ । କାରଣ ଆଗକୁ ଆସୁଛି ୨୦୨୪ ନିର୍ବାଚନ । ଏହାରି ଭିତରେ ଜାତୀୟସ୍ତରରେ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ଗଠନ କରି ନିଜର ଦବଦବା ଦେଖାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓରଫ କେସିଆର। ତାଙ୍କ ଦଳ ଟିଆରଏସ୍ ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ ଭାବେ ନାମିତ ହେବା ପରେ ଆଜି କେସିଆର ପ୍ରଥମ ବୈଠକର ଅଧ୍ୟକ୍ଷତା କରିଛନ୍ତି।

ନିଜକୁ ଜାତୀୟ ଚେହେରା ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଥିବା କେସିଆରଙ୍କ ଏହି ବୈଠକରେ ଅନେକ ବିରୋଧୀ ଦଳର ନେତା ଯୋଗ ଦେଇଥିଲେ। ଗୋଟିଏ ପଟେ କଂଗ୍ରେସ ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବିଜେପି ବିରୋଧୀ ମେଣ୍ଟକୁ ସଶକ୍ତ କରିବାକୁ ପ୍ରୟାସ କରୁଛନ୍ତି। ହେଲେ ଏସବୁ ଭିତରେ କେସିଆର ଧସେଇ ପଶି ବାଜି ମାରିନେବା ଭଳି ମନେ ହେଉଛି।

କାରଣ ହାଇଦ୍ରାବାଦର ଖାମାମ ସହରରେ ବିଆରଏସ୍ ଆୟୋଜନ କରିଥିବା ବୈଠକରେ ଆମ୍ ଆଦମୀ ପାର୍ଟି (ଆପ)ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍, କେରଳ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ପିନାରାଇ ବିଜୟନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଯୋଗ ଦେଇଛନ୍ତି। ସିପିଆଇ ପକ୍ଷରୁ ଡି ରାଜା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଦେଖାଯାଉ କେସିଆରଙ୍କ ଏହି ଉଦ୍ୟମ ସଫଳ ହେଉଛି କି ନାହିଁ ।

 

Leave A Reply

Your email address will not be published.