କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ୩ ପର୍ଯ୍ୟବେକ୍ଷକ ନିଯୁକ୍ତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କର୍ଣ୍ଣାଟକରେ ବାଜି ମାରିଛି କଂଗ୍ରେସ। ନିର୍ବାଚନରେ ବିପୁଳ ବିଜୟ ସହ କଂଗ୍ରେସ କର୍ଣ୍ଣାଟକରେ ସରକାର ଗଢ଼ିବାକୁ ଯାଉଛି । ରାଜ୍ୟର ଜନତା କଂଗ୍ରେସକୁ ପୂର୍ଣ୍ଣବହୁମତର ସରକାର ଦେଇଛନ୍ତି । କଂଗ୍ରେସ ମୋଟ ୧୩୫ ସିଟରେ ବିଜୟ ପାଇଛି।

ତେବେ ଏହାରି ଭିତରେ ରାଜ୍ୟରେ ଗୋଟିଏ ମାତ୍ର ଚର୍ଚ୍ଚା ଚାଲୁରହିଛି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ? ସବୁଠି ଏହି ଚର୍ଚ୍ଚା କାଲି ସନ୍ଧ୍ୟାରୁ ଆରମ୍ଭ ହୋଇସାରିଛି ।କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ଦୁଇ ବରିଷ୍ଠ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାର ହେଉଛନ୍ତି ମୁଖ୍ୟ ଦାବିଦାର । ସିଦ୍ଧରମୈୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଓ ସମ୍ପ୍ରତି ବିରୋଧୀ ଦଳ ନେତା ଅଛନ୍ତି ।

ଡିକେ ଶିବକୁମାର ହେଉଛନ୍ତି ରାଜ୍ୟ କଂଗ୍ରେସର ସଭାପତି ।
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। କଂଗ୍ରେସ  ବେଙ୍ଗାଲୁରୁରେ ନୂତନ ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ମଧ୍ୟ ଡ଼କାଇଛି । ଏହି ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଲୋଚନା କରାଯିବ । କଂଗ୍ରେସ ନିଯୁକ୍ତ କରିଥିବା ତିନିଜଣ ପର୍ୟ୍ୟବେକ୍ଷକ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ପୂର୍ବତନ ସାଧାରଣ ସମ୍ପାଦକ ଦୀପକ ବାୱରିଆ ଏବଂ ବର୍ତ୍ତମାନର ସାଧାରଣ ସମ୍ପାଦକ ଭୱର ଜିତେନ୍ଦ୍ର ସିଂ।

ପର୍ୟ୍ୟବେକ୍ଷକମାନେ ବୈଠକରେ ଉପସ୍ଥିତ ରହି ବିଧାୟକଙ୍କଠାରୁ ମତ ନେବେ ଆଉ ଦଳର ହାଇକମାଣ୍ଡଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.