ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୬ମାସ ଭିତରେ ଓଡିଶାର ସବୁ ସହରରେ ୫ଜି ସେବା ଉପଲବ୍ଧ ହେବ। ବର୍ତମାନ ୧୦ଟି ସହରରେ ୫ଜି ସେବା ଉପଲବ୍ଧ ଅଛି। ରାଜ୍ୟରେ ଆରମ୍ଭ ହେବ o cheep କାର୍ଯ୍ୟକ୍ରମ। ଏଥିପାଇଁ ରାଜ୍ୟସରକାର ୩୦କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏଥିରେ ଚିପ ତିଆରି କରିବା ସହ ସହିତ ତାଲିମ ପ୍ରଦାନ କରାଯିବ।
ପୁରୀରେ ସମୁଦ୍ର ଭିତରେ କେବୁଲ ଲ୍ୟାଣ୍ଡିଙ୍ଗ ଷ୍ଟେସନ୍ ପ୍ରତିଷ୍ଠା କରାଯିବ ।ଏହି ଲ୍ୟାଣ୍ଡିଙ୍ଗ ଷ୍ଟେସନ୍ ତିଆରି ହେବା ଫଳରେ ଡାଟା ସେଣ୍ଟର, ଏଣ୍ଟରଟେନମେଣ୍ଟ, ଟେଲିକମ ବଜାରକୁ ଶସକ୍ତ କରିବ। ତେଣୁ ଓଡ଼ିଶା ଆଗାମୀ ଦିନରେ ପୂର୍ବ, କେନ୍ଦୀୟ ଓ ଉତ୍ତର ପୂର୍ବ ଭାରତରେ ଡିଜିଟାଲ ହବ ଭାବେ ଉଭା ହେବ ।