ମାର୍ଚ୍ଚ ୨୦୨୩ ସୁଦ୍ଧା ସରିବ ବରମୁଣ୍ଡା ISBT କାମ, ନିର୍ମାଣ ଅଗ୍ରଗତି ସମୀକ୍ଷା କାଲେ 5T ସଚିବ 

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal।  ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ।  ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ terminalର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( 5T ) ଶ୍ରୀ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ BDA ଉପାଧ୍ୟାକ୍ଷ ଶ୍ରୀ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ISBT ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ISBT କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ।

ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ISBT କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଁଛି। ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି 180 କୋଟି ଟଙ୍କା ବ୍ୟୟ ରେ ୧୧.୪୮ ଏକର ଜମି ଉପରେ ନିର୍ମିତ ISBT ବରମୁଣ୍ଡା ରେ ପାର୍କିଙ୍ଗ ATM, food court,shop restaurant, commercial space ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି . ସେଠାରୁ ଶହେ ରୁ ଅଧିକ ଵସ ଚଳାଚଳ ର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.