ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ମହାବିନାୟକ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯେଉଁ ସାହିତ୍ୟ ଆମ ଜନଜୀବନକୁ ପ୍ରଭାବିତ କରେ ତାହାହିଁ କାଳଜୟୀ ସାହିତ୍ୟ ବୋଲି ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ମହାବିନାୟକ ଉତ୍ସବ ରେ ବିଶିଷ୍ଟ ବକ୍ତା ମାନେ ମତପ୍ରକାଶ କରିଛନ୍ତି। ସାହିତ୍ୟ ଦର୍ପଣ ପତ୍ରିକା ଆନୁକୁଲ୍ୟରେ ଅନୁଷ୍ଠିତ ଏହି କବିତା ଉତ୍ସବକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉଦ୍ଘାଟନ କରି ଧର୍ମଶାଳା ଏକ ଅନନ୍ୟ ମାଟି। ଏ ମାଟିର ସାହିତ୍ୟ ସଂସ୍କୃତି ଅନ୍ୟକୁ ଦିଗଦର୍ଶନ ଦିଏ ବୋଲି କହିବା ସହ ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ସେ ସବୁବେଳେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲ। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଜନଜୀବନକୁ ଯେଉଁ ସାହିତ୍ୟ ଉଦବୁଦ୍ଧ କରେ ତାହା କାଳଜୟୀ ବୋଲି ସେ କହିଥିଲେ।

ସାହିତ୍ୟ ଦର୍ପଣ ପତ୍ରିକାର ମୁଖ୍ୟ ସଂପାଦକ ତ୍ରିଲୋଚନ ରାଉତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ କଥା ସୃଜନର କଥା ଜୀଵନର କାର୍ଯକ୍ରମ ରେ ଅତିଥି ଭାବେ ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ଗାଳ୍ପିକ ଭୀମ ପୃଷ୍ଟି, ବିଶିଷ୍ଟ କବି ଅଭୟ ନାୟକ ଯୋଗଦେଇ ନିଜ ସୃଜନ ଜିବନର ଅନନ୍ୟ ଅନୁଭବକୁ ବ୍ୟକ୍ତ କରିଥଲେ। ଏହି କାର୍ଯ୍ୟକ୍ରମ କୁ କବି ଚିତ୍ତ ରଞ୍ଜନ ନାୟକ, କବି ଡକ୍ଟର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ସଞ୍ଚାଳନ କରିଥଲେ। ଏହି ଅବସର ରେ ମୁଖ ଅତିଥି ଅମର ପ୍ରସାଦ ଶତପଥୀ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଗାଳ୍ପିକା ଟୁନିଲତା ବିଶ୍ବାଳ, କବି ଲାବଣ୍ୟ ନାୟକ, ପ୍ରବୀଣ କୁମାର କବି, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ଡକ୍ଟର ବିଜୟ କୁମାର ଶତପଥୀ, ଶାନ୍ତିଲତା ଦାଶ ଙ୍କୁ ସମ୍ମାନିତ କରାଯାଇଥିଲା। ସମସ୍ତ ଅତିଥି ଙ୍କ ଦ୍ଵାରା ହାଲୋ ମୁଁ ବାପା କହୁଛି ପୁସ୍ତକ ଉନ୍ମଚିତ ହେବା ସହ ପତ୍ରିକାର ସଂପାଦକ ବିମଳ ପତି ଅତିଥି ପରିଚୟ ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ନରେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ପୂର୍ବାହ୍ନରେ ରାଜ୍ଯ ସ୍ତରୀୟ କବିତା ଉତ୍ସବରେ କବି ଡକ୍ଟର ରାଜ କିଶୋର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଡକ୍ଟର ଉଷା ଶତପଥି, ସୁରଞ୍ଜନ ପାତ୍ର, ଶୁଚେତା ନନ୍ଦ ସଂଯୋଜନା କରିଥିଲେ। ଏହି କବିତା ଉତ୍ସବ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାଳିଶ ଜଣ ନିମନ୍ତ୍ରିତ କବି ଯୋଗ ଦେଇ କବିତା ଆବୃତ୍ତି କରିଥଲେ। ଉତ୍ସବରେ ପ୍ରିୟଦର୍ଶିନୀ ମିଶ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ମନୋରଞ୍ଜନ ମିଶ୍ର, ସୁଶାନ୍ତ କୁମାର ସାହୁ, ବ୍ରଜରାଜ ତ୍ରୀପାଠୀ, ବରଦା ପ୍ରସନ୍ନ ତ୍ରୀପାଠୀ , ତରୁଣ ତୋଫାନ ତ୍ରୀପାଠୀ ଉତ୍ସବ ପରିଚାଳନା କରିଥଲେ। ଏହି ଉତ୍ସବ ରେ ଧର୍ମଶାଳା ଅଞ୍ଚଳ ର ବହୁ ବୁଦ୍ଧିଜିବି ଯୋଗ ଦେଇ ଥିଲେ।

Leave A Reply

Your email address will not be published.