ଯୋଡାରେ ପୁଣି ଡ୍ରାଇଭରଙ୍କ ଉପରେ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶୌଚ ହେବାକୁ ଯାଇଥିବା ଡ୍ରାଇଭରଙ୍କ ଉପରେ ଲୁଟରାଙ୍କ ମରଣାନ୍ତକ ଆକ୍ରମଣ | କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ମାସେ ତଳେ ଯୋଡା ସହରର ବାଂଶପାଣି ନିକଟରେ ଜଣେ ଡ୍ରାଇଭରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ମନରୁ ନ ଲିଭୁଣୁ ପୁଣି ସେହି ଯୋଡା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଡିଏଭି ସ୍କୁଲ ଫ୍ଲାଏ ଓଭର ନିକଟରେ ଆଜି ସକାଳୁ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଆକ୍ରମଣ ହୋଇଛି।

ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସୂଚନାନୁସାରେ ଆଜି ସକାଳୁ ଟ୍ରକ୍ ଡ୍ରାଇଭର ଜଣକ ଗାଡି ଛିଡା କରି ଶୌଚ ହେବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ଶୌଚ ବାହାନାରେ ତାଙ୍କ ପଛକୁ ଯାଇଥିଲେ। ପରେ ସେମାନେ ଛୁରୀ, ପଥର ଆଦି ସହାୟତାରେ ଟ୍ରକ୍ ଡ୍ରାଇଭରକୁ ଆକ୍ରମଣ କରିବା ସହ ଲୁଟ୍ ଉଦ୍ୟମ କରିଥିଲେ।

ଫଳରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି। ଏଠାରେ ସୂଚନା ଥାଉ କି ଗତ ଜୁନ ୨୧ ରାତିରେ ଦୁବୃର୍ତ୍ତ ମାନେ ବାଂଶପାଣି ନିକଟରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଲୁଟ୍ କରିବାକୁ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ୍ ସେହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଥିଲା। ଆଜିର ଏହି ଘଟଣା ପରେ ପୋଲିସ କଣ କାର୍ଯ୍ୟନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.