ଜୀବନକୁ ଖାତିର ନକରି ଚଳନ୍ତା ଟ୍ରେନ୍ ଉପରେ ଦୌଡ଼ିଲେ ୮ ଲୋକ, ଭିଡିଓ ହେଉଛି ଭାଇରାଲ୍‌…

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ମୃତ୍ୟୁକୁ କିଏ ବା ଡ଼ରେନି..? ଯେତେ ବଳବାନ୍ ହୁଅନ୍ତୁ କି ଧନବାନ୍ ମୃତ୍ୟୁ ପାଖରେ ସମସ୍ତେ ତୁଚ୍ଛ । ସୋସିଆଲ ମିଡିଆରେ ଆମେରିକାର ଓ୍ଵିଲିୟମ୍ସବର୍ଗ ବ୍ରିଜ୍‌ର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକି କୌଣସି ଫିଲ୍ମ ସିନ୍‌ଠାରୁ କମ୍‌ ଲାଗୁନାହିଁ। ଏହି ଭିଡିଓରେ କିଛି ଲୋକ ଚଳନ୍ତା ଟ୍ରେନ୍‌ ଉପରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି। ଭିଡିଓ ଆମେରିକାର ବ୍ରୁକ୍ଲିନ ସହରର ବୋଲି କୁହାଯାଉଛି। ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ସବୁଠାରୁ ଆଶ୍ଚର‌୍ୟ୍ୟଜନକ କଥା ହେଲା, ଚଳନ୍ତା ଟ୍ରେନ୍ ଉପରେ ଦୌଡ଼ୁଥିବା ଏହି ଲୋକମାନଙ୍କୁ ନିଜ ଜୀବନ ପ୍ରତି ଆଦୌ ଭୟ ନାହିଁ। ଜଣଙ୍କର ସାମାନ୍ୟ ବି ଅସାବଧାନତା ସମସ୍ତଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଇପାରେ।

ଭିଡିଓ ଉତ୍ତୋଳନପରେ ଗୁସେ ମାଇନ୍ ନାମକ ବ୍ୟକ୍ତି ‘ଟ୍ଵିଟର’ରେ ଏହି ଭିଡିଓକୁ ସେୟାର କରିଥିଲେ। ଏ ପର‌୍ୟ୍ୟନ୍ତ ଭିଡିଓଟିକୁ ୫ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏଥି ସହିତ ୧.୪୨ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି। ଅନ୍ୟପଟେ ଭିଡିଓକୁ ରି-ଟ୍ଵିଟ୍ କରିବା ସହିତ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ୟୁଜର୍‌।

Leave A Reply

Your email address will not be published.