ଦେଶରେ ଆଜି ପୁଣି ୯ହଜାର ଟପିଲା କରୋନା ସଂକ୍ରମଣ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର (ଏପ୍ରିଲ ୨୭) ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯,୩୫୫ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏଥି ସହିତ, ୨୬ ଟି ନୂତନ ମୃତ୍ୟୁ ପରେ ଦେଶରେ କୋଭିଡ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୩୧,୪୨୪ କୁ ବୃଦ୍ଧି ପାଇଛି। ତେବେ ପୂର୍ବ ଦିନ ତୁଳନାରେ ଆଜି ମାମଲା ସାମ୍ନାକୁ ଆସିଛି।

ବୁଧବାର (ଏପ୍ରିଲ ୨୬) ଦେଶରେ ୯,୬୨୯ ଟି କରୋନା ମାମଲା ରୁଜୁ ହୋଇଥିଲା। ଏଥି ସହିତ, କରୋନାରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା, ଯେଉଁଥିରେ କେବଳ କେରଳର ୧୦ ଜଣ ରୋଗୀ ସାମିଲ ହୋଇଥିଲେ। ଆଜି ପ୍ରକାଶିତ ଆକଳନ ପରେ ଭାରତରେ ସକ୍ରିୟ ମାମଲା ସଂଖ୍ୟା ୫୭,୪୧୦ କୁ ବୃଦ୍ଧି ପାଇଛି। ଦୈନିକ ସକରାତ୍ମକତା ହାର ୪.୦୮ ପ୍ରତିଶତରେ ଏବଂ ସାପ୍ତାହିକ ସକରାତ୍ମକତା ହାର ୫.୩୬ ପ୍ରତିଶତରେ ରେକର୍ଡ କରାଯାଇଛି ।

ଟୀକାକରଣ ସ୍ଥିତି
କରୋନାରୁ ସୁସ୍ଥ ହେଉଥିବା ରୋଗୀମାନଙ୍କ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ଚାରି କୋଟିରୁ ଅଧିକ ଲୋକ କରୋନାକୁ ପରାସ୍ତ କରିଛନ୍ତି, ଯାହା ପରେ ଏହି ସଂଖ୍ୟା ୪,୪୩,୩୫,୯୭୭ କୁ ବୃଦ୍ଧି ପାଇଛି ଜ୍ଝ ଏପର୍ୟ୍ୟନ୍ତ ସମୁଦାୟ ୨୨୦,୬୬,୫୪,୪୪୪ ଡୋଜ୍ କରୋନା ଟିକା ଦିଆଯାଇଛି। ଏଥିରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୩୫୮ ଲୋକଙ୍କୁ ଟିକା ଦିଆଯାଇଥିଲା। ଏଥି ସହିତ କୋଭିଡ ମାମଲାର ମୋଟ ସଂଖ୍ୟା ୪.୪୯ କୋଟିରେ ପହଞ୍ଚିଛି।

Leave A Reply

Your email address will not be published.