ଫେରାର ନାବାଳକ ପ୍ରେମୀ ଯୁଗୋଳଙ୍କୁ ଅଟକ ରଖି ଛାଡ଼ିଦେବାରୁ ନୟାପଲ୍ଲି ପୋଲିସକୁ ଗାଳିଗୁଲଜ: ୧୨ ଜଣଙ୍କ ନାଁରେ ମାମଲା ରୁଜୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତକାଲି ରାତିରେ ନୟାପଲ୍ଲୀ ଥାନା ଆଗରେ ଦୁଇ ଗୋଷ୍ଟି ଗଣ୍ଡଗୋଳ ଘଟଣା ।୧୨ ଜଣ ନାଁ ରେ ମାମଲା ରୁଜୁ କଲା ପୋଲିସ ।ପୋଲିସ କୁ ଗାଳି ଗୁଲଜ କରିବା ,ଥାନା ପରିସରରେ ଗଣ୍ଡଗୋଳ କରିବା ଅଭିଯୋଗ ରେ ମାମଲା ରୁଜୁ କଲା ପୋଲିସ ।ଗତକାଲି ନାବାଳକଙ୍କୁ ଜୁଭେନାଲ ଵୋର୍ଡ ଛାଡିବା ଘଟଣା କୁ ନେଇ ହୋଇଥିଲା ଗଣ୍ଡଗୋଳ ।ତ୍ରିନାଥ ନଗର ବାଳୁଙ୍ଗା ବସ୍ତିର ଦୁଇ ଗୋଷ୍ଟି ଥାନା ଆଗରେ ଆସି ଗଣ୍ଡଗୋଳ କରିଥିଲେ ।

ସୂଚନା ଅନୁଯାୟୀ ଗତ ତିନି ଦିନ ତଳେ ବସ୍ତିର ଦୁଇ ଜଣ ନାବାଳିକା ଓ ନାବାଳକ ଫେରାର ହୋଇଯାଇଥିଲେ ।ଉଭୟ ଙ୍କ ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ ଆଧାରରେ ନାବାଳକ ପୁଅ ଝିଅ ଙ୍କୁ ଥାନା କୁ ଆଣିଥିଲା ପୋଲିସ ।ନାବାଳିକା ର ମଧ୍ୟ ୧୬୪ ଆଧାରରେ କୋର୍ଟ ରେ ବୟାନ ରେକର୍ଡ କରିଥିଲା ପୋଲିସ ।ମାଜିଷ୍ଟ୍ରେଟ ଙ୍କ ଆଗରେ ନାବାଳିକା ଝିଅ ଦୁଷ୍କର୍ମ ହୋଇଥିବା ନେଇ କିଛି କହିନଥିଲେ ।ଯେଉଁଥିପାଇଁ ଜୁଭେନାଲ ବୋର୍ଡ ନାବାଳକ ପୁଅ କୁ ଛାଡି ଦେଇଥିଲେ ।ଯାହାକୁ ନେଇ ନାବାଳିକା ଝିଅ ର ମାମୁ ,ବସ୍ତିର ଦୁଇ ଜଣ କିନ୍ନର ଓ କିଛି ବ୍ୟକ୍ତି ଥାନାକୁ ଆସି ପୋଲିସ କୁ ଗାଳି ଗୁଲଜ କରିଥିଲେ ।ଏହି ଘଟଣାରେ ମଧ୍ୟ ନାବାଳକ ପୁଅ ଝିଅ ଙ୍କୁ ଯିଏ ଫେରାର ହେବାରେ ସହଯୋଗ କରିଥିବା ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.