ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ସନ୍ଧ୍ୟାରେ ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ପଡିଆରେ 5 ଟି ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ବେଳେ ଅଘଟଣ l କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବେଗରେ ପବନ ସହ ବର୍ଷା ଫଳରେ କାର୍ଯ୍ୟକ୍ରମ ସ୍ଥଳ ରେ ଲାଗିଥିବା ଟେଣ୍ଟ ମାଡି ବସିଥିଲା l ଫଳରେ ଟେଣ୍ଟ ତାଳେ ଥିବା ବିଭିନ୍ନ ବିଦ୍ୟାଳର ଶତାଧିକ ଛାତ୍ରଛାତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ, ଇସ୍ତଫା ଦେଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହ ଥିବା ପିଏସଓ ଓ ପୁଲିସ କର୍ମଚାରୀ ଟେଣ୍ଟ ତଳେ ଚାପି ହୋଇ ଆହତ ହୋଇଥିଲେ l ମାତ୍ର ଉପସ୍ଥିତ ପୋଲିସ, ଓ ଟେଣ୍ଟ ତଳୁ ବାହାରକୁ ବାହାରି ଆସିଥିବା ଶିକ୍ଷକ ଓ ଅନ୍ୟ ମାନେ ତୁରନ୍ତ ଟେଣ୍ଟ ତଳେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ l

ସୂଚନା ପାଇ ଦେବଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲା l ପବନ ପ୍ରଭାବରେ ଷ୍ଟେଜ ଓ ଟେଣ୍ଟ ରେ ଖଞ୍ଜା ଯାଇଥିବା ଏଲଇଡି, ଚୌକି ଓ ସାଉଣ୍ଡ ସିଷ୍ଟମ ଆଦି ଭାଙ୍ଗିରୁଜି ଯାଇଥିଲା l ସ୍କୁଲ ରୁପାନ୍ତର କାର୍ଯ୍ୟକ୍ରମ ରେ ଦେବଗଡ଼ ଜିଲ୍ଲାର ପାଳି ପଡିବା ପୂର୍ବରୁ ଝଡ଼ ପବନ କାର୍ଯ୍ୟକ୍ରମ କୁ ଛାରଖାର କରିଦେଇଥିଲା l ଘଟଣା ସ୍ଥଳରେ ଉପସ୍ଥିତ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଏସପି ରାଜକିଶୋର ପାଇକରାୟ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ,ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ l