ଜଙ୍ଗଲ ସୃଷ୍ଟି ପାଇଁ ନିଆରା ପ୍ରୟାସ, ଭୁବନେଶ୍ବର ଏମଏଲଏ କଲୋନୀ ଗଛକଟା ସ୍ଥାନରେ ଅଭିନଵ ଉପାୟରେ ପରିବେଶ ଦିବସ ପାଳିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ନଦୀ ପାଠଶଳା ର ଶୁଭାରମ୍ଭ ଏକ ନିଆରା ପଦକ୍ଷେପ ରେ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l ବିଭିନ୍ନ କିସମ ର ମଞ୍ଜି ଗୋଳା ତିଆରି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆର୍ଯ୍ୟାଭଟ ଫାଉଣ୍ଡେସନ, ଓପନ ଲଣ୍ଣିଙ୍ଗ ସିଷ୍ଟମ, ରୁଚିକା ଫାଉଣ୍ଡେସନ ଏବଂ ଓଡ଼ିଶା ନଦୀ ସୁରକ୍ଷା ସମିତି l ଯେଉଁ ବିବାଦୀୟ ଅଟ୍ଟାଳିକା ନିର୍ମାଣ
ସ୍ଥାନ – ଏମ୍ ଏଲ ଏ କଲୋନୀ ( କୃଷି ଭବନ ସାମ୍ନା) ରେ ସକାଳ ୯ ଟା l ରେ ଏହା ଆରମ୍ଭ ହୋଇଥିଲା l ବ୍ରହ୍ମପୁରର ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ର ଅଧ୍ୟକ୍ଷ ଡ ସୁଧୀର ରାଉତ ଓ ତାଙ୍କର ସାଥୀମାନେ ମଞ୍ଜି ଗୋଳl ତିଆରି ପ୍ରଶିକ୍ଷଣ ଦେବା ସହିତ ୫୦୦୦ ଗଛ ସୃଷ୍ଟି ପାଇଁ ମଞ୍ଜି ଗୋଳl ପ୍ରସ୍ତୁତ କଲେ ଯାହା କି ପରବର୍ତ୍ତୀ ସମୟରେ ବର୍ଷା ଋତୁ ଆରମ୍ଭ ହେବା ପରେ ଚନ୍ଦକା ଜଙ୍ଗଲ ରେ ଫିଙ୍ଗା ଯିବ l ଏହା ମଧ୍ୟ ଏକ ରଚନାତ୍ମକ ପ୍ରତିବାଦ ସରକାରଙ୍କ ଗଛ କାଟିବା ବିରୁଦ୍ଧରେ ଆୟୋଜନ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l

ଏହି ପ୍ରକ୍ରିୟାରେ ଉଜୁଡି ଯାଇଥିବା ପାହାଡିଆ ଓ ଅଗମ୍ୟ ସ୍ଥାନରେ ଜଙ୍ଗଲ ସୃଷ୍ଟି କରାଯାଇପାରିବ l ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ପରିବେଶ ପ୍ରେମୀ ତଥା ପ୍ରକୃତି ପ୍ରେମୀ, ବୁଦ୍ଧିଜୀବୀ ଓ ସର୍ବୋପରି ଭୁବନେଶ୍ୱରର ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଭୁବନେଶ୍ୱରକୁ ତଥା ଓଡିଶା କୁ ସବୁଜ ସୁନ୍ଦର କରିବାକୁ ସଚେତନତାର ବାର୍ତ୍ତା ଦେଇଥିଲେ l ଏମଏଲଏ କଲୋନୀ ରେ ଯେଉଁ ଗଛ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତରଣ ପାଇଁ ସରକାର ଚିନ୍ତା କରୁଛନ୍ତି ତାହା ହେଲେ ବହୁ ବଡ ବଡ଼ ଗଛ ନଷ୍ଟ ଓ ମରିଯିବି କେବଳ ଛୋଟ ଗଛ ବଞ୍ଚି ପରିବ ତେଣୁ ଗଛ ସ୍ଥାନାନ୍ତରଣ ନ କରି ଏମ ଏଲ ଏ ଙ୍କ ବାସଭବନ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଚିନ୍ତା କରନ୍ତୁ l

ତାଛଡା ଯେଉଁ ଅଂଚଳରେ ଗଛ କାଟି ଦିଆଯାଇଛି ସେହି ଅଂଚଳ ରେ ଅଟ୍ଟାଳିକା ନିର୍ମାଣ କରିବାର ବନ୍ଦୋବସ୍ତ କରନ୍ତୁ l ଏତେ ବଡ଼ ବଡ଼ ଓ ଶହ ଶହ ବର୍ଷ ପୁରୁଣା ଗଛ ଆଉ ସୃଷ୍ଟି ହୋଇ ପାରିବନି l ଭୁବନେଶ୍ୱରର ସବୁଜ ପରିବେଶ ସନ୍ତୁଳନ ପାଇଁ ଏହା ଜରୁରୀ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ ଓ ପ୍ରବକ୍ତା ପ୍ରସନ୍ନ ବିଷୋୟୀ , ଅସିତ ଷଡ଼ଙ୍ଗୀ ଆଦି ପ୍ରକାଶ କରିଛନ୍ତି l ଆଜିର କାର୍ଯ୍ୟକ୍ରମରେ , ସୁଜାତା ପଶାୟତ, ଗୀତାଞ୍ଜଳି ମହାନ୍ତି, ସରିତା ସାମଲ, ସ୍ନେହଲତା ମିଶ୍ର, କାର୍ତ୍ତିକ ସାହୁ, ପ୍ରଭାତ ମହାନ୍ତି, ଭକ୍ତି ପଲେଇ, ଆଦି ଯୋଗ ଦେଇଥିଲେ l