ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ବିଧାନ ପରିଷଦ ପଠାଇବେ ଅଖିଳେଶ ଯାଦବ । ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି ଅଖିଳେଶ ଯାଦବ । ସମାଜବାଦୀ ପାର୍ଟି ଅଖିଳେଶ ଯାଦବଙ୍କ ନାମ ବିଧାନ ପରିଷଦ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେ ଜୁନ ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ।
ଉତ୍ତର ପ୍ରଦେଶରେ ଆସନ୍ତା ୨୦ ତାରିଖରେ ୧୩ ଏଏଲସି ଆସନରେ ମତଦାନ ହେବ । ସମାଜବାଦୀ ପାର୍ଟି ଆହୁରି ୪ ନେତାଙ୍କୁ ବିଧାନ ପରିଷଦ ପଠାଇପାରେ । ତେବେ କାହାରି ନାଁ ଚୂଡାନ୍ତ ହୋଇନାହିଁ । ନାମାଙ୍କନ ଦାଖଲର ଶେଷ ଦିନ ଜୁନ ୯ ରହିଛି । ଅନ୍ୟ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୋବରନ ସିଂ ଓ ରାଜପାଲ କଶ୍ୟପଙ୍କ ନାଁ ଚର୍ଚ୍ଚାରେ ରହିଛି ।
ରାଜ୍ୟସଭା ପାଇଁ ସମାଜବାଦୀ ପାର୍ଟି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସମର୍ଥନ କରିବ । ଏହାସହ ବରିଷ୍ଠ ନେତା ଓମ ପ୍ରକାଶ ରାଜଭ ନିଜ ପୁଅ ପାଇଁ ଏମଏଲସି ଆସନ ହାତେଇବାକୁ ଲବି କରୁଛନ୍ତି । କଂଗ୍ରେସ ଛାଡି ଆସିଥିବା ଇମରାନ ମସୁଦ ମଧ୍ୟ ଟିକେଟ୍ ଲବି କରୁଛନ୍ତି । ଏଥିରୁ ପ୍ରକୃତ ଲଭେଇ ଆସନ୍ତା ୨୦ ତାରିଖରେ ହେବ ବୋଲି ଅନୁମାନ କରାଯାଉଛି ।