ଭଦ୍ରକ(ଓଡ଼ିଆ ନ୍ୟୁଜ୍): ମୋ ଧନ ଫେରିଆସିଛି… ସାବିତ୍ରୀ ପରଦିନ ପରୀକ୍ଷା ଦେବାକୁ ଯାଇ ପ୍ରେମିକ ସହ ଫେରାର ଥିବା ପତ୍ନୀ ଫେରିଆସିଛି । ଫେରାର ପତ୍ନୀକୁ ପାଖରେ ପାଇ ଖୁସିରେ ପାଗଳ ପ୍ରାୟ ସ୍ୱାମୀ । ହଁ ଆଜ୍ଞା ଆମେ କହୁଛୁ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ରାହୁଲ ଗୋଛାୟତ ଓ ତାଙ୍କ ପତ୍ନୀ ହରପ୍ରିୟାଙ୍କ କଥା । ୨ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ମନସ୍ତ କରିଥିଲେ । ମାତ୍ର ଏଥିରେ ପ୍ରତିବନ୍ଧକ ସାଜିଥିଲା ଜାତି ସମସ୍ୟା । ରାହୁଲ ଥିଲେ ଗୋଚ୍ଛାୟତ ଘରର ପୁଅ ଓ ହରପ୍ରିୟା ଥିଲେ ପଣ୍ଡା ଘରର ପୁଅ । ସେଥିପାଇଁ ଉଭୟ ଘରେ କାହାକୁ ନଜଣାଇ ଲୁଚି ପଳାଇଥିଲେ। କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇ ପୁରୀର ନୃସିଂହ ନାଥ ମନ୍ଦିରରେ ବାହାଘର କରି ଘରକୁ ଆଣିଥିଲେ ।
ବିବାହ ବନ୍ଧନରେ ବାନ୍ଧିହେବା ପରେ ବେଶ୍ ହସ ଖୁସିରେ ଦିନ କାଟୁଥିଲେ ପ୍ରେମୀଯୁଗଳ । କିଛିଦିନ ପରେ ହରିପ୍ରିୟା ପାଠ ପଢିବାକୁ ଜିଦ ଧରିଥିଲେ। ପରିବାର ଲୋକଙ୍କ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟର +୩ କଳାରେ ହରିପ୍ରିୟାଙ୍କର ଆଡମିସନ କରାଇଥିଲେ ରାହୁଲ । ସାବିତ୍ରୀ ବ୍ରତ ପରଦିନ ହରିପ୍ରିୟା ନିଜ ସ୍ବାମୀଙ୍କ ସ୍କୁଟିରେ ବସି ପରୀକ୍ଷା ଦେବାକୁ ଯାଇଥିଲେ। ମାତ୍ର ପରୀକ୍ଷା ଶେଷ ହେବା ପରେ ରାହୁଲଙ୍କ ସ୍କୁଟିରେ ବସିବା ପରିବତ୍ତେ କଲେଜ ଗେଟ୍ ସାମ୍ନାକୁ ଏକ ଧଳାରଙ୍ଗର କାର୍ ବସିୁ କୁଆଡ଼େ ଚାଲିଗଲେ। ରାହୁଲ ସ୍କୁଟି ଧରି କାରର ପିଛା କରିଥିଲେ ହେଁ ହେଲେ ଆଖିପିଛୁଳାକେ କାରଟି କୁଆଡେ ପଳେଇଯାଇଥିଲା । ରାହୁଲ ବହୁ ଖୋଜାଖୋଜି କରିବା ପରେ ଶେଷରେ ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ପରିବାର ଲୋକେ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ନିଜ ସ୍ତ୍ରୀର ଫୋଟକୁ ଧରି ପାଗଳ ପରି ବାହୁନୀ ବାହୁନୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତେବେ ଗରକାଲି ତାଙ୍କର ସନ୍ଧାନ ମିଳିଛି । ଆଉ ବହୁଦିନ ପରେ ନିଜ ପତ୍ନୀକୁ ପାଖରେ ପାଇଁ ଏବେ ରାହୁଲ ବେଶ୍ ଖୁସିଥିବା ଜଣାପଡ଼ିଛି ।