ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଂଚଳରେ ୪ ମାସ ମଧ୍ୟରେ ୩ ଟି ହାତୀ ପୋତାଥିବା ଅବସ୍ଥାରେ କ୍ରାଇମବ୍ରାଞ୍ଚ ଟିମ ଉଦ୍ଧାର କରିଛି। ଏ ଅଂଚଳରେ ହାତୀ ଦାନ୍ତ ପାଇଁ ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି। STF ଟିମ ଘଟଣାର ତଦନ୍ତ କରୁଥିବାବେଳେ ବନ ବିଭାଗର ଶିକାରୀଙ୍କ ସହ ସଲସୁତୁରାରେ ହାତୀଙ୍କ ଜୀବନ ଯାଉଥିବା ଅଭିଯୋଗ କରିଛନ୍ତି ବନ୍ୟପ୍ରାଣୀ ସୁରକ୍ଷା ସଂଗଠନ।
ଜୁନ1 ତାରିଖରେ ଆଠଗଡ଼ ବନଖଣ୍ଡ ଅଂଚକରେ 2ଟି ହାତୀଙ୍କୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ କଟକ ଜିଲ୍ଲା ବଡମ୍ବା ବନବିଭାଗ ଗୋପପୁର ରେଞ୍ଜରେ STF ର ୮ ଜଣିଆ ଟିମ ଯାଇ ତଦନ୍ତ କରିଛନ୍ତି।। STF SP ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ ବଡ଼ମ୍ବା ବନବିଭାଗର ଗୋପପୁର ରେଞ୍ଜର ଚନ୍ଦ୍ରଗିରି ପାହାଡ ପାଖରେ ପହଞ୍ଚି ଥିଲେ। JCBରେ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଶୁ ଡାକ୍ତରଙ୍କୁ ଦିଆଯାଇଥିଲା। ଏହାପୂର୍ବରୁ ଫେବୃଆରୀ ଦ୍ଵିତୀୟ ସପ୍ତାହରେ ମଧ୍ୟ ଏକ ହାତୀର ମୃତଦେହ ପୋତା ଅବସ୍ଥାରେ ମିଲିଥିଲା।

ଆଠଗଡ଼ ଅଂଚଳରେ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣା। ଘଟଣାର କ୍ରାଇମବ୍ରାଞ୍ଚ STF ତଦନ୍ତ ପାଇଁ ଅନିମଲ welfare ଟ୍ରଷ୍ଟ ର ପୁରବୀ ପାତ୍ର ADG କ୍ରାଇମବ୍ରାଞ୍ଚଙ୍କୁ ଚିଠି ଲେଖିଲେ। ବନବିଭାଗ ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ହେ ଏହାକୁ ଗୁରୁତର ସହ ନ ନେବା, ଏହା ପଛରେ ଥିବା ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗ ହୋଇଛି। ଏ ଯାଏ ୪ଟି ଘଟଣା ଆଠଗଡ଼ ବନଖଣ୍ଡରେ ଦେଖିବାକୁ ମିଳିଛି। ତଦନ୍ତ ସନ୍ତୋଷଜନକ ନୁହେଁ, ଏ ଯାଏ କୌଣସି ବନ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ପୁରବୀ ଚିଠିରେ ଉଲ୍ଲେଖ କରିଛନ୍ତି। ଆଠଗଡ଼ ଅଂଚଳରେ ହାତୀକୁ ମାରି ପୋତିବା ଉଦବେଗଜନକ ଘଟଣା। ଏ ନେଇ STF ତଦନ୍ତ ଚାଲୁଥିବାବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପଶୁ ସୁରକ୍ଷା ସଂଗଠନ।